ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବେ ଆଜି ବିଜେପିର ବରିÂ ନେତା ମନୋଜ ସିହ୍ନା ଶପଥ ନେଇଛନ୍ତି । ଶ୍ରୀନଗର ସ୍ଥିତ ରାଜଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅତି ନିରାଡମ୍ବର ଭାବେ ଏହା ଆୟୋଜନ କରାଯାଇଥିଲା ।
ଶପଥ ନେବା ପରେ ସିହ୍ନା ଗଣମାଧ୍ୟମକୁ କହିଛନ୍ତି ଯେ ଅଗଷ୍ଟ ୫ ହେଉଛି ଜମ୍ମୁ-କାଶ୍ମୀର ଇତିହାସରେ ଏକ ଐତିହାସିକ ଦିନ । କାରଣ ଏହି ଦିନ ଜମ୍ମୁ-କାଶ୍ମୀର ଭାରତୀୟ ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇଯାଇଛି । ସେ ଆହୁରି କହିଛନ୍ତି ଯେ ସେଠାରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ଖୁବ ଶୀଘ୍ର ସାଧାରଣ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରାଯିବ । ଏଥିରେ ଆମର କିଛି ଏଜେଣ୍ଡା ରହିବ ନାହିଁ । କାହା ସହିତ ପକ୍ଷପାତ କରାଯିବ ନାହିଁ । କିନ୍ତୁ ଏହି ଆଲୋଚନରେ ଭାରତର ସମ୍ବିଧାନକୁ ଗୀତା ପରି ଗୁରୁତ୍ୱ ଦିଆଯିବ । ଅର୍ଥାତ୍ ସାମ୍ବିଧାନିକ ବିଧିବ୍ୟବସ୍ଥା ଭିତରେ ହିଁ ବିଭିନ୍ନ ସମସ୍ୟାର ସମାଧାନର ବାଟ ଖୋଜାଯିବ । ଏଠାରେ ଅନିଶ୍ଚିତତାର ବାତାବରଣ ଶେଷ ହେବା ଉଚିତ୍ । ଆତଙ୍କବାଦ ନିର୍ମୂଳ ହେବା ଦରକାର । ତା’ସହିତ ବିକାଶ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ବି ଆମର ମିଶନ ହେବ । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଗିରୀଶ ମୁର୍ମୁ ଇସ୍ତଫା ଦେଇଥିଲେ । ଏହାପରେ ସିହ୍ନାଙ୍କୁ ସେଇ ପଦବିରେ ନିଯୁକ୍ତ କରାଯାଇଥିଲା ।
Comments are closed, but trackbacks and pingbacks are open.