ରାଉରକେଲା, (ବି.ବି.ନୁ୍ୟଜ୍): ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତେଷ୍ଟି ଶୋଭାଯାତ୍ରା ବେଳେ କୋଭିଡ୍ ଗାଇଡ୍ଲାଇନ୍ର ଖୋଲା ଉଲ୍ଲଂଘନ ଘଟଣରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନାରେ ରୁଜୁ ହୋଇଛି ମାମଲା । ପ୍ରାୟ ୫୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ରାଉରକେଲା ଏସ୍ପି ସୂଚନା ଦେଇଛନ୍ତି । ଏପିଡେମକ୍ସି ଧାରା ଅନୁସାରେ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଗତ ସୋମବାର ଦିନ ରାଉରକେଲା ସହରରେ ଏଭଳି ଏକ ଅନ୍ତେଷ୍ଟି ଶୋଭାଯାତ୍ରାରେ ଆୟୋଜିତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ କୌଣସି ଅନ୍ତେଷ୍ଟି କ୍ରିୟାରେ ଅତି ବେଶୀରେ ୨୦ ଜଣ ବ୍ୟକ୍ତି ସାମାଜିକ ଦୂରତ୍ୱ ରଖି ସାମିଲ ହୋଇପାରିବା କଥା । କିନ୍ତୁ ଏହି ଅନ୍ତେଷ୍ଟି ଶୋଭାଯାତ୍ରାରେ ସାମାଜିକ ଦୂରତ୍ୱ ନିୟମକୁ ଫୁ କରି ଉଡାଇ ଦେଇଥିଲେ ଲୋକେ । ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ସେପଟେ ଏହି ଘଟଣାରେ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛି ରାଉରକେଲା ବାର ଆସୋସିଏସନ । ତୁରନ୍ତ ରାଉରକେଲା ଏସ୍ପି ଓ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ବଦଳି ଦାବି କରିଛି ଓକିଲ ସଂଘ ।
Comments are closed, but trackbacks and pingbacks are open.