ଶରତ ରାଜ୍ୟ କଂଗ୍ରେସ ମୁଖିଆ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯେଉଁ ଚର୍ଚ୍ଚା ଥିଲା, ଆଜି ସେଥିରେ ମୋହର ବାଜିଛି । ବରିÂ ନେତା ତଥା ପୂର୍ବତନ ସାଂସଦ ଶରତ ପ;ନାୟକଙ୍କ ଉପରେ ଭରସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି । ଶରତଙ୍କୁ ପିସିସି ସଭାପତି ପଦରେ ବସାଇ ରାଜ୍ୟ କଂଗ୍ରେସର ମୁଖିଆ କରାଯାଇଛି । ଓଡ଼ିଶାରେ ଦୁର୍ବଳ କଂଗ୍ରେସକୁ ସବଳ କରିବାକୁ ଶରତଙ୍କୁ ବାଛିଛି ଗାନ୍ଧି ପରିବାର । ଶରତଙ୍କ ନେତୃତ୍ୱରେ ହିଁ ଓଡ଼ିଶାରେ ମିଶନ-୨୦୨୪ ପାଇଁ ଲଢ଼ିବ କଂଗ୍ରେସ ।
ପିସିସି ସଭାପତି ଘୋଷଣା ହେବା ପରେ ଶରତ କହିଛନ୍ତି, ସମସ୍ତଙ୍କୁ ସାଥୀରେ ଧରି ଚାଲିବି । ବ୍ରଜରାଜନର ଉପନିର୍ବାଚନ ପରେ କଂଗ୍ରେସର ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବରିÂ ନେତା ଓ ଛାମୁଆ ସଂଗଠନ ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରାଯିବ । ସମସ୍ତେ ଏକାଠି ବସି ୨୦୨୪ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ । କଂଗ୍ରେସ ମଜବୁତ ହୋଇ ଲଢ଼ିବ । ପିସିସି ସଭାପତି ପଦ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
୨୦୧୯ ନିର୍ବାଚନ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ ପ;ନାୟକ । ମାତ୍ର ସେତେବେଳେ ତାଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ କରିନଥିଲେ । ଅନ୍ୟପକ୍ଷରେ ଦଳର ଦୁର୍ବଳ ଅବସ୍ଥା ବଢ଼ିବାରୁ ନୂଆ ପିସିସି ସଭାପତି ଚୟନ ଦାବିରେ କଂଗ୍ରେସ ନେତାଙ୍କ ଦିଲ୍ଲୀ ଅଭିଯାନ ତେଜିଥିଲା । ତେବେ କରୋନା ସଙ୍କଟ ଯୋଗୁ ନିରଞ୍ଜନଙ୍କ କାର୍ଯ୍ୟକାଳ ପ୍ରାୟ ୨ ବର୍ଷ ବଢ଼ିଗଲା । ପଞ୍ଚାୟତ ଓ ପୌର ନିର୍ବାଚନ ପରାଜୟ ପରେ ପୁଣି ଦାବି ତେଜିଲା- ପରିବର୍ତ୍ତନ ପାଇଁ । ଶେଷରେ ରାହୁଲ ଓଡ଼ିଶା ନେତାଙ୍କୁ ଦିଲ୍ଲୀ ଡାକିଲେ । ପିସିସି ସଭାପତି ଦୌଡ଼ରେ ବିଧାୟକ ମହମ୍ମଦ ମୋକିମ, ତାରାପ୍ରସାଦ ବାହିନୀପତି, ବରିÂ ନେତା ଭକ୍ତଚରଣ ଦାସ ପ୍ରମୁଖଙ୍କ ନାଁ ଢେର ଚର୍ଚ୍ଚାରେ ଥିଲା । ଦିଲ୍ଲୀରେ ବିଚାରବିମର୍ଷ ପରେ ଶରତଙ୍କୁ ପିସିସି ଦାୟିତ୍ୱ ମିଳିଛି । ଏ ନିଷ୍ପତ୍ତିକୁ ଦଳର ପ୍ରାୟ ଅଧିକାଂଶ ନେତା ଏବେ ସ୍ୱାଗତ କରିଛନ୍ତି । ନିରଞ୍ଜନ, ମୋକିମ, ତାରାଙ୍କ ସମେତ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଶରତଙ୍କୁ ବଧେଇ ଜଣାଇଛନ୍ତି ।
୧୯୯୧ ଓ ୧୯୯୬ରେ ଶରତ ବଲାଙ୍ଗିର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇ ସାଂସଦ ହୋଇଥିଲେ । ଏହାପୂର୍ବରୁ ସେ ଛାତ୍ର ଓ ଯୁବ କଂଗ୍ରେସ ମଙ୍ଗ ବି ଧରିଥିଲେ ରାଜ୍ୟରେ । ୨୦୦୦ ମସିହା ନିର୍ବାଚନରେ ରାଜ୍ୟ କଂଗ୍ରେସ ଶାସନର ପତନ ହୋଇଥିଲା । ୨୦୦୧ ମସିହାରେ ଶରତଙ୍କୁ ସୋନିଆ ରାଜ୍ୟ କଂଗ୍ରେସର ସଭାପତି କରିଥିଲେ । ତାଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାଚନରେ ଦଳ ପ୍ରଦର୍ଶନ ଭଲ ଥିଲା । ଏହା ପରେ ୨୦୦୪ ନିର୍ବାଚନ ପୂର୍ବରୁ ଶରତଙ୍କୁ ହଟାଯାଇଥିଲା ପିସିସି ସଭାପତି ପଦରୁ । ଏବେ ପୁଣି ଥରେ ଶରତଙ୍କ ଉପରେ ଭରସା କରିଛନ୍ତି ସୋନିଆ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons