କରୀନା କପୁର ଖାନ୍ ଉକ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ ପାଖରେ ଦୁନିଆର ସବୁଠାରୁ ଦାମୀ ତଥା ଲକ୍ଜୁ୍ୟରୀ ବ୍ରାଣ୍ଡର ପୋଷାକ, ଜୋତା, ପର୍ସ ଆଦି ରହିଛି । ତେବେ କପଡ଼ା କ୍ଷେତ୍ରରେ ଏହି ଅଭିନେତ୍ରୀଜଣକ ମୂଲ୍ୟକୁ ଧ୍ୟାନ ଦିଅନ୍ତି ନାହିଁ । ଯଦି କୌଣସି ଶସ୍ତା ଟପ୍ ତାଙ୍କୁ ପସନ୍ଦ ଆସିଯାଏ, ତାକୁ କିଣିବା ପାଇଁ ସେ ଆଗତୁର ହୋଇପଡ଼ନ୍ତି । ଏହାର ପ୍ରମାଣ ମଧ୍ୟ ମିଳିଛି । ବେଗମ୍ କରୀନା କିଛି ଦିନ ତଳେ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ପୋଷ୍ଟ୍ କରିଥିଲେ । ଏହି କ୍ଲିପ୍ରେ ସେ ଏକ ପାଉଡର ବ୍ଲୁ ରଙ୍ଗର ଟପ୍ ପିନ୍ଧିଛନ୍ତି । ଏଥିରେ ଫ୍ରଣ୍ଟ ଏବଂ ସୋଲ୍ଡରରେ ଲେୟର୍ଡ ରଫଲ୍ ଲୁକ୍ ଥିଲା କିନ୍ତୁ ନେକ୍ଲାଇନ୍ ଡିପ୍-ଭି କଟ୍ ସେପ୍ରେ ଥିଲା । ଏହା ଏକ ଫୁଲ୍ ସ୍ଲିପ୍ ଟପ୍ ଥିଲା । କରୀନା କପୁରଙ୍କ ଏହି ଟପ୍ର ମୂଲ୍ୟ ସମସ୍ତଙ୍କ ବଜେଟ୍ରେ ରହିଛି । ଏହା ଜାରା କମ୍ପାନିର ଟପ୍, ଯାହାର ମୂଲ୍ୟ ୨୩୦୦ ଟଙ୍କା ।
Comments are closed, but trackbacks and pingbacks are open.