
ପିପିଲି, (ବି.ବି.ନୁ୍ୟଜ): ପିପିଲି ଉପନିର୍ବାଚନ ଦିନ ପାଖେଇ ଆସୁଥିବାବେଳେ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ମଙ୍ଗଳବାର ବିଜେପିର ଷ୍ଟାର୍ ପ୍ରଚାରକ ତଥା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ପିପିଲି ଓ ଡେଲାଙ୍ଗରେ ବିଶାଳ ରୋଡ୍ ଶୋ କରିଛନ୍ତି ।
ରୋଡ୍ ଶୋ ଭୁବନେଶ୍ୱର ଉତ୍ତରା ଛକରୁ ଆରମ୍ଭ ହୋଇ ଡେଲାଙ୍ଗ ବ୍ଲକ୍ର ହରିରାଜପୁରଠାରେ ଶେଷ ହୋଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ପିପିଲି ହେଉଛି ଆମ ରାଜ୍ୟର ଏକ ଅଗ୍ରଣୀ ଅଞ୍ଚଳ । ଏହି ଅଞ୍ଚଳକୁ ମହାତ୍ମା ଗାନ୍ଧୀ ଆସିଥିବାବେଳେ ଏଠାରେ ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ସମ୍ପର୍କରେ ଆଲୋଚନା ହୋଇଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ବିଗତ ୪୦ ବର୍ଷ ହେଲା ପିପିଲିରେ ହିଂସା ବଢ଼ିଛି । ହିଂସାକୁ ବନ୍ଦ କରିବାକୁ ପଡ଼ିବ । ଗରିବ ଲୋକମାନଙ୍କର ବିକାଶ ଓ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଶାନ୍ତି ପ୍ରତିÂା କରିବାକୁ ପଡ଼ିବ । ତେଣୁ ପିପିଲି-ଡେଲାଙ୍ଗର ସମ୍ମାନିତ ନାଗରିକମାନେ ଶାନ୍ତି ଓ ବିକାଶ ପାଇଁ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।
ଧର୍ମେନ୍ଦ୍ର ଶାସକ ଦଳକୁ ଶାଣିତ ଆକ୍ରମଣ କରି କହିଥିଲେ ଯେ, ଯେଉଁମାନେ ଫୋନି ଟଙ୍କାକୁ ଆତ୍ମସାତ କଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅଧିକାରକୁ ବାଟ ମାରଣା କଲେ ଏଥର ସେମାନଙ୍କ ବିରୋଧରେ ପିପିଲି-ଡେଲାଙ୍ଗବାସୀ ମତ ଦେବେ । ପିପିଲି-ଡେଲାଙ୍ଗବାସୀ ଏଥର ରାଜନୈତିକ ପଟ୍ଟପରିବର୍ତ୍ତନର ନେତୃତ୍ୱ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ପଇସା ମାଗିବା ଓ ଶାନ୍ତି ପ୍ରତିÂା ପାଇଁ ଅପିଲ୍ କରିବା କ’ଣ ହେଟ୍ ପଲିଟିକ୍ସ ବୋଲି ସେ ପ୍ରଶ୍ନ କରିଥିଲେ । ମାତ୍ର ବିଗତ ୪୦ ବର୍ଷ ଧରି ପିପିଲିରେ ଶାନ୍ତି ନାହିଁ । ଏଠାରେ ଶାନ୍ତି ହଜିଯାଇଛି । ପିପିଲିରେ ଶାନ୍ତି ଆସିଲେ ଅଞ୍ଚଳର ବିକାଶ ଓ ପ୍ରଗତି ହେବ । ଏଠାରେ ରୋଜଗାର ବଢ଼ିବ, ଦାରିଦ୍ର୍ୟ ମୁକ୍ତ ହେବ, ପିପିଲି ଚାନ୍ଦୁଆ ବିକ୍ରି ହେବ, କୃଷି ଉତ୍ପାଦିତ ସାମଗ୍ରୀ ବିକ୍ରି ହେବ ଏବଂ ଲୋକଙ୍କ ଭିତରେ ସମ୍ପନ୍ନତା ଆସିବ । ତେଣୁ ପିପିଲିର ସବୁ ଭୋଟର ଭାଇଭଉଣୀ, ରାଜନୈତିକ ଦଳ ଓ ରାଜନୈତିକ ନେତୃତ୍ୱଙ୍କୁ ପିପିଲିରେ ଶାନ୍ତି ଆପଣାଇବା ପାଇଁ ବିନମ୍ର ଅନୁରୋଧ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ର ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ୱାସ । ଏହି ମନ୍ତ୍ରରେ ବିଭିନ୍ନ ଯୋଜନାର ଲାଭ ସର୍ବସମାଜକୁ ମିଳୁ ତାର ନିଷ୍ପତ୍ତି ଏହି ନିର୍ବାଚନରେ ହେଉ । ପିପିଲିରେ ଶାନ୍ତି ପ୍ରତିÂା ହେଲେ ମୋଦିଙ୍କ ଏହି ମନ୍ତ୍ର ପୂରଣ ହୋଇପାରିବ । କେନ୍ଦ୍ରମନ୍ତ୍ରୀ ପୁଲିସ୍ ଡିଜିଙ୍କ ସହ କଥା ହୋଇ ପିପିଲିରେ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବା ନେଇ ନିବେଦନ କରିଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ସମାନ ଅପେକ୍ଷା ରଖିଛନ୍ତି ।
ଦିନ ୧୧ଟାରେ ଉତ୍ତରାଠାରୁ ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ ଆରମ୍ଭ ହୋଇ ଗୁଡ଼ିଆପୋଖରୀ, ଦଇଶୀପାଟଣା, ପିପିଲି ଏନ୍ଏସି, ଜଟଣୀ ଛକ, ଦାନଗୋହରି, ହାଟସାହି, ବେରବୋଇ, ପାଜପେଇ, ଦାଣ୍ଡମୁକୁନ୍ଦପୁର, କୁଳଶେଖରପାଟଣା, ମଙ୍ଗଳପୁର, ତେଇଶିପୁର, ସାତଶଙ୍ଖ, ପଟ୍ଟନାୟକିଆ, ମଉନି ମଠ, ହୁମର, ଷ୍ଟେସନ ବଜାର, ବେରବୋଇ, ଗାନ୍ଧୀପୀଠ, ହାଟଡେଲାଙ୍ଗ, ଘୋରଡିଆ, କୁଆପଦା, କୁମୁଡାଳ, ବଟଲ, ମୋଟରି, ଖଣ୍ଡପଡା, ଷଡାଗୋଇ, ପାଣିଦୋଳ, କଣ୍ଟି ଓ ହରିରାଜପୁର ପର୍ଯ୍ୟନ୍ତ ଯାଇଥିଲେ ।
ରୋଡ୍ ଶୋରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତା ଶ୍ରୀତମ ଦାସ, ପୃଥ୍ୱୀରାଜ ହରିଚନ୍ଦନ, ପ୍ରଭାତି ପରିଡ଼ା ଓ ସୁରମା ପାଢୀ ପ୍ରମୁଖ ସାମିଲ୍ ହୋଇଥିଲେ ।
Comments are closed, but trackbacks and pingbacks are open.