ଶାଶୁ,ଶ୍ୱଶୂରଙ୍କୁ ଆକ୍ରମଣ ଅଭିଯୋଗ: ଜ୍ୱାଇଁ ଗିରଫ

Get real time updates directly on you device, subscribe now.

ନୀଳଗିରି: ଜ୍ୱାଇଁର ଉନ୍ମତ୍ତ କାଣ୍ଡ। ଅଳ୍ପ କଥାରେ ଚିଡି ଉଠି ଭୁଲିଯାଇଛି ହିତାହିତ ଜ୍ଞାନ। ଆଉ ଶ୍ୱଶୁର ,ଶାଶୁଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହିଁ। ଏଭଳି ଘଟଣା ନୀଳଗିରି ଥାନା ଅଧିନ ବାଲିଗୋହିରୀ ଅଂଚଳରେ ଦେଖିବାକୁ ମିଳିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଂଚଳର ହେମେନ୍ଦ୍ର ସେଠୀଙ୍କ ଝିଅ ଭାଗ୍ୟବତୀଙ୍କୁ ବାଲେଶ୍ଵର ବୁଆଁଳ ଅଂଚଳର ମଦନମୋହନ ( ୩୧) ବିବାହ କରିଛନ୍ତି।
ଏପରିକି ସେ ତାଙ୍କ ଘରେ ନରହି ବାଲିଗୋହିରୀ ଅଂଚଳରେ ରହିଆସୁଥିଲେ। ହେମେନ୍ଦ୍ରଙ୍କ ପୁଅ ବାହାଘର ଠିକ ହେବା ନେଇ ବିବାହ ଘରେ ଟଙ୍କା ଖର୍ଚ୍ଚର ଦାୟିତ୍ୱ ମଦନମୋହନ କରିବାକୁ କହିବା ସହ ଟଙ୍କା ତାଙ୍କୁ ଦେବାପାଇଁ କହିଥିଲେ। ହେଲେ ହେମେନ୍ଦ୍ର ମନାକରିବାରୁ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ।
ହଠାତ ଉତକ୍ଷିପ୍ତ ହୋଇ ମଦନମୋହନ ଏକ କଟୁରିରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ତାଙ୍କ ଶାଶୁ ଶାନ୍ତିଲତା ଓ ସ୍ତ୍ରୀ ଭାଗ୍ୟବତୀ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ହେମେନ୍ଦ୍ରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ୨୧୦ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons