ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଡୁମୁଡୁମାସ୍ଥିତ ଗାଇଡାନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୨ତମ ବାର୍ଷିକୋତ୍ସବ ଅନୁÂିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ରାଜ୍ୟପାଳ ବକ୍ତବ୍ୟରେ କହିଲେ ଯେ ଶିକ୍ଷା ହେଉଛି ଏମିତି ଏକ ଅମୂଲ୍ୟ ରତ୍ନ ଯାହା ବଳରେ ଆମେ ନିଜକୁ ପରିମାର୍ଜିତ କରିପାରିବା । ଶିକ୍ଷା ଦ୍ୱାରା ମଣିଷ ମନରୁ ଘୃଣା ଓ ହିଂସାଭାବ ଦୂର ହୋଇଥାଏ । ସବୁ ମଣିଷ ଓ ବସ୍ତୁରେ ଭଗବାନଙ୍କ ଉପସ୍ଥିତି ରହିଛି ଆଉ ଶିକ୍ଷା ହିଁ ମଣିଷକୁ ମଣିଷ ଭାବେ ଗଢ଼ିତୋଳିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ସିବିଏସ୍ଇର ଆଞ୍ଚଳିକ ଅଫିସର ଟି. ମାତେ, ମୁଖ୍ୟବକ୍ତା ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁଭାଷିନୀ ପ;ନାୟକ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ପିଲାମାନଙ୍କୁ ଭବିଷ୍ୟତ ଗଠନ ନେଇ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଏକାଡେମିକ ଡାଇରେକ୍ଟର ସୟେଦ୍ ରିଜୱାମୁଲ୍ ହକ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଡମିନିଷ୍ଟେ୍ରଟିଭ୍ ଅଫିସର ସୟେଦ୍ ଇନଜାମାମୁଲ୍ ହକ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Comments are closed, but trackbacks and pingbacks are open.