ଶିକ୍ଷୟିତ୍ରୀଙ୍କ କୋହଭରା ନିବେଦନଁ:ମୋ ପାଇଁ ବାପା ମା’ ନଭୋଗନ୍ତୁ ନିର୍ଯାତନା

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ମୋ ପାଇଁ ମୋ ବାପା ମାଆ ଏବଂ ଭାଇ ସାମାଜିକ ବାସନ୍ଦ ଭଳି ନିର୍ଯାତନା ନଭୋଗନ୍ତୁ । ସେମାନଙ୍କୁ ସାଧାରଣ ମଣିଷ ଭଳି ବଞ୍ଚିବାର ସୁଯୋଗ ଦିଆଯିବା ଆବଶ୍ୟକ । ଏତିକି କହିବା ବେଳକୁ କୋହରେ ବାଷ୍ପରୁଦ୍ଧ ହୋଇଯାଇଥିଲା ଏନ୍.ମମତାଙ୍କ କଣ୍ଠ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଲକ୍ଷ୍ମୀପୁରସ୍ଥିତ ଆବାସିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସେ । ତେବେ ସରକାରୀ ଚାକିରି ନଛାଡ଼ିବାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ବଡ଼ଖଣ୍ଡି ଗାଁରେ ରହୁଥିବା ତାଙ୍କ ବାପା ମାଆ ତଥା ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି ।
ଏନ୍.ମମତା କହିଛନ୍ତି ଯେ- ୨୦୧୬ ନଭେମ୍ବରରେ ତାଙ୍କରି ଗାଁର ପି.ଜଗବନ୍ଧୁଙ୍କୁ ବିବାହ କରିଥିଲେ । ୬ ମାସ ପରେ ଆରମ୍ଭ ହୋଇଥିଲା ସ୍ୱାମୀଙ୍କ ନିର୍ଯାତନା । ଚାକିରି ଛାଡ଼ି ଘରେ ରହିବାକୁ ବାରମ୍ବାର ଚାପ ପକାଉଥିଲେ ଜଗବନ୍ଧୁ । ମମତା ରାଜି ହୋଇନଥିଲେ । ମା’ ଘରେ ତାଙ୍କ ପୁଅଟିଏ ମଧ୍ୟ ଜନ୍ମ ହୋଇଥିଲା । ପ୍ରସବକାଳୀନ ଛୁଟି ପରେ ସେ ପୁଣି ଚାକିରିରେ ଯୋଗ ଦେଇଥିଲେ । ଅଥଚ ଚାକିରି ଛାଡିବା ପାଇଁ ବାଧ୍ୟ କରି ନିର୍ଯାତନା ଦେଉଥିଲେ ତାଙ୍କ ସ୍ୱାମୀ । ଏପରିକି ମମତାଙ୍କ ସ୍କୁଲରେ ମଧ୍ୟ ସେ ପହଞ୍ଚି ଯାଇଥିଲେ । ସ୍ୱାମୀଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ମମତା ଜିରାଙ୍ଗ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ସ୍ୱାମୀଙ୍କୁ ଅଟକ ରଖିବା ପରେ ମମତାଙ୍କ ଶାଶୂ ଶ୍ୱଶୁର ଗାଁର କିଛି ଲୋକଙ୍କୁ ସାଥିରେ ଆଣି ଏଭଳି ଆଉ ଭବିଷ୍ୟତରେ ହେବ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ । ଏକରକମ ସମାଧାନ ହୋଇଥିଲା ।
କିଛି ଦିନ ପରେ ଗାଁରେ ଏକ ବୈଠକ ବସି ତାଙ୍କୁ ଡକାଯାଇଥିଲା ଯେଉଠି ତାଙ୍କୁ ଚାକିରି ଛାଡିÿବା ପାଇଁ ବାଧ୍ୟ କରାଯାଇଥିଲା । ତଥାପି ରାଜି ହୋଇନଥିଲେ ମମତା । ଗତ ଜୁଲାଇ ୩ରେ ପୁଣି ଏକ ବୈଠକ ବସି ମମତାଙ୍କ ବାପା ମା’ଙ୍କୁ ସାମାଜିକ ବାସନ୍ଦ କରାଯାଇଥିଲା । ତାଙ୍କର ଏକମାତ୍ର ଭାଇ ବିଦ୍ୟାଧର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ ଏବଂ ବାପା ମାଆ ଏବେ ତାଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । ସ୍ୱାଧୀନ ଭାରତରେ ଆଜି ବି ଗାଁରେ କଙ୍ଗାରୁ କୋର୍ଟ ଚଲାଇ ଏଭଳି ନିର୍ଯାତନା ଦିଆଯାଉଥିଲେ ମଧ୍ୟ କେହି ଏଥିରେ ହସ୍ତକ୍ଷେପ ନକରିବା ତାଙ୍କୁ ଅତ୍ୟନ୍ତ ନିରାଶ କରିଛି ବୋଲି କହିଛନ୍ତି ଏହି ଶିକ୍ଷୟିତ୍ରୀଜଣକ । ଏନେଇ ମମତାଙ୍କ ବାପା ଏନ୍.ଭାଗବାନ, ମାଆ ଏନ୍.ରାଜେଶ୍ୱରୀ କହିଛନ୍ତି ଯେ- ଆମେ ଚାଷବାସ କରି ଚଳୁଥିଲୁ । ନିଆଁ ପାଣି ବାସନ୍ଦ କରାଯିବା ପରେ କେହି କଥା ହେଉନଥିଲେ । ତେଜରାତି ଦୋକାନରୁ ମଧ୍ୟ ଜିନିଷ ନ ଦେବାକୁ ଫତୁଆ ଜାରି କରିଥିଲା ଗାଁ କମିଟି । ନିଜ ଜମିରେ ଚାଷ କରିବାକୁ ମଧ୍ୟ ଗାଁ ଲୋକେ ଆମକୁ ଛାଡୁନାହାନ୍ତି । ତେଣୁ ସେମାନେ ଜୀବନ ବିକଳରେ ଏଭଳି ଗାଁ ଛାଡ଼ି ଚାଲି ଆସିଛନ୍ତି । ନିର୍ଯ୍ୟାତନା ଘଟଣାର ତଦନ୍ତ କରି କାର୍ଯ୍ୟାନୁÂାନ ସହ ସାଧାରଣ ଜୀବନ ବଞ୍ଚିବା ପାଇଁ ତାଙ୍କୁ ସୁଯୋଗ ଦେବାକୁ ସେମାନେ ପୁଲିସ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗୁହାରୀ କରିଥିବା ଦମ୍ପତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons