ରଗଡ଼ି: ଚରିତ୍ରକୁ ନେଇ ସନେ୍ଦହ ଯୋଗୁ ଆଜି ଏକ ଜୀବନ ଯାଇଛି । ଜଣେ ଶିକ୍ଷକ ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାମର୍ରେ ପିଟି ପିଟି ଅତି ବିଭତ୍ସଭାବେ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟା ପରେ ନିଜେ ପୁଲିସକୁ ଫୋନ୍ କରି ସୂଚନା ଦେଇଥିଲା ହତ୍ୟାକାରୀ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଏଭଳି ଘଟଣା ଘଟିଛି କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ ଚିଙ୍ଗୁଡ଼ିପୁର ଗ୍ରାମରେ ।
ସୂଚନା ମୁତାବକ, ଚିଙ୍ଗୁଡ଼ିପାଳ ଗ୍ରାମର ଅରୁଣ ଜେନା ଓ ତାଙ୍କ ପତ୍ନୀ ଦୀପ୍ତିମୟୀ ଜେନା ଉଭୟ ସରକାରୀ ଶିକ୍ଷକଭାବେ କାର୍ଯ୍ୟରତ । ୨୦୧୨ରେ ଅରୁଣ ଓ ଦୀପ୍ତିମୟୀଙ୍କର ବୈଦିକ ରୀତି ନୀତି ଅନୁସାରେ ବିବାହ ହୋଇଥିଲା । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବିବାହ ପର ଠାରୁ ଅରୁଣ ଦୀପ୍ତିମୟୀଙ୍କ ଚରିତ୍ରକୁ ନେଇ ସନେ୍ଦହ କରୁଥିଲେ । ଏଥି ପାଇଁ ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏପରିକି ଭଦ୍ର ବ୍ୟକ୍ତି ଓ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ଲିଖିତଭାବେ ସେମାନଙ୍କର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା । ମାତ୍ର ସେମାନଙ୍କ ସଂପର୍କରେ ତିକ୍ତତା ଲାଗି ରହିଥିଲା । ବିଭିନ୍ନ ସମୟରେ ଅରୁଣ ପତ୍ନୀ ଦୀପ୍ତିମୟୀଙ୍କୁ ମାରପିଟ୍ ମଧ୍ୟ କରୁଥିଲେ । ଆଜି ଏହା ଉଗ୍ରରୂପ ଧାରଣ କରିଥିଲା । ଆଜି ସକାଳୁ ଦୀପ୍ତିମୟୀ ଠାକୁର ପୂଜା କରୁଥିଲେ । ଏହି ସମୟରେ ରକ୍ତମୁଖା ପାଲଟିଥିବା ଅରୁଣ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଲୁହା ହାମରରେ ଦୀପ୍ତିମୟୀଙ୍କ ମୁଣ୍ଡର ପଛ ପାଶ୍ୱର୍କୁ ଅତି ନୃଶଂସଭାବେ ପିଟି ଚାଲିଥିଲେ । ପାଟିଶୁଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚô ଏକ ଆମ୍ବୁଲାନ୍ସରେ ଦୀପ୍ତିମୟୀଙ୍କୁ କୋରେଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ସଂପର୍କରେ ଅରୁଣ ନିଜେ ଫୋନ୍ କରି ପୁଲିସକୁ ସୂଚନା ଦେଇଥିଲେ । ସେ ଘରେ ଅଛନ୍ତି ତୁରନ୍ତ ଆସନ୍ତୁ ବୋଲି ପୁଲିସକୁ କହିଥିଲେ । ଅନ୍ୟପଟେ ଅରୁଣଙ୍କ ଭାଉଜ ଦୀପ୍ତିମୟୀଙ୍କ ବାପାଙ୍କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇ ଥିଲେ । ଖବର ପାଇ ଦୀପ୍ତିମୟୀଙ୍କ ବାପା, ମାଆ ଓ ପରିବାର ଲୋକେ କୋରେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ଝିଅର ମୃତୁ୍ୟ ଘଟିଥିବା ଦେଖି ତାଙ୍କ ବାପା ଜେନାପୁର ଥାନା ବଳରାମପୁର ଗ୍ରାମର ବିରାଟ କିଶାର ମଲ୍ଲିକ କୋରେଇ ଥାନାରେ ପହଞ୍ଚôଥିଲେ । ଜ୍ୱାଇଁ ଅରୁଣ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଥାନା ଲିଖିତ ଅଭିଯାଗ କରିଥିଲେ । ପୁଲିସ କୋରେଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶବ ଜବତ କରି ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଅରୁଣକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଏ ନେଇ ଥାନାରେ କେସ୍ ନଂ ୨୦୧/୨୧ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୪୮୯(କ) ଓ ୩୦୨ରେ ଏକ ମାମଲା ରୁଜୁ କରିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.