ଶିଳ୍ପସଂସ୍ଥାଙ୍କୁ ଗଡ଼କରୀଙ୍କ ପରାମର୍ଶ:ଧୈର୍ଯ୍ୟ ରଖ, କଠିନ ସମୟ ଗଡ଼ିଯିବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବର୍ତ୍ତମାନ ଘରୋଇ ଅର୍ଥନୀତି କଠିନ ସମୟ ଦେଇ ଗତି କରୁଛି । ଏହି କଠିନ ସମୟ ଅଧିକ ଦିନ ରହିବ ନାହିଁ । ସରକାର ଯେଉଁସବୁ ସଂସ୍କାର ପଦକ୍ଷେପ ନେଉଛନ୍ତି, ତାହା ଦ୍ୱାରା ସବୁ ଠିକ୍ ହୋଇଯିବ । ତେଣୁ ବର୍ତ୍ତମାନ ଧୈର୍ଯ୍ୟ ରଖିବାକୁ ହେବ । ମାନ୍ଦାବସ୍ଥାକୁ ନେଇ ଆଶଙ୍କିତ ଥିବା ଶିଳ୍ପସଂସ୍ଥାଙ୍କ ମଧ୍ୟରେ ଦମ୍ଭ ଭରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏଭଳି ଆଶ୍ୱାସନା ଦେଇଛନ୍ତି ।
ବିଦର୍ଭ ଇଣ୍ଡଷ୍ଟି୍ରଜ୍ ଆସୋସିଏସନ୍ର ୬୫ତମ ପ୍ରତିÂା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗଡ଼କରୀ କହିଛନ୍ତି, ମୁଁ ଜାଣେ ଯେ ଶିଳ୍ପ ସଂସ୍ଥାଗୁଡ଼ିକ ଏବେ କଠିନ ସମୟର ସାମ୍ନା କରୁଛନ୍ତି । କିନ୍ତୁ ଏଥିପାଇଁ ଆଶଙ୍କିତ ହେବା ଆବଶ୍ୟକ ନାହିଁ । ଏହି ଦୁଃସମୟ ବେଶି ଦିନ ରହିବ ନାହିଁ । ସରକାର ଅଭିବୃଦ୍ଧି ହାର ବଢ଼ାଇବାକୁ ଚାହୁଁଛନ୍ତି । ଅଭିବୃଦ୍ଧି ବଢ଼ିଲେ ସବୁ ଆପେ ଠିକ୍ ହୋଇଯିବ ।
ସେ କହିଛନ୍ତି, ‘‘ନିକଟରେ ମୁଁ ଦେଶର ଅଟୋମୋବାଇଲ ନିର୍ମାତାଙ୍କୁ ସାକ୍ଷାତ କରିଥିଲି । ସେମାନେ ସମସ୍ତେ ଆଶଙ୍କିତ ଜଣାପଡ଼ୁଥିଲେ । ପ୍ରତ୍ୟେକ କ୍ଷେତ୍ରରେ ସୁଖଦୁଃଖ ଲାଗିରହିଛି ବୋଲି ମୁଁ ସେମାନଙ୍କୁ କହିଥିଲି । ବେଳେବେଳେ ସଫଳତା ମିଳେ ଓ ଆଉ କେତେବେଳେ ବିଫଳ ହେବାକୁ ପଡ଼ିଥାଏ । ଏହା ଜୀବନର ଏକ ଚକ୍ର । ତେଣୁ ବିଫଳତା ବେଳେ ଧୈର୍ଯ୍ୟ ଧରିବାକୁ ହେବ ।’’
ତାଙ୍କ କହିବାନୁଯାୟୀ ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି । ଅନ୍ତର୍ଜାତୀୟ ବଜାରରେ ଚାହିଦା ଓ ଯୋଗାଣ ହ୍ରାସ ପାଇଛି । ବ୍ୟବସାୟ ଚକ୍ର କିଛି ମାତ୍ରାରେ ବିଶୃଙ୍ଖଳିତ ହୋଇପଡ଼ିଛି । ତେଣୁ ଏବେ ଏହାର ପ୍ରଭାବରୁ ଘରୋଇ ଶିଳ୍ପ ସଂସ୍ଥାଙ୍କୁ କିଛିଟା ପ୍ରତିକୂଳ ସମସ୍ୟାର ସାମ୍ନା କରିବାକୁ ପଡୁଛି । ବର୍ତ୍ତମାନ ସାରା ବିଶ୍ୱ ଏହି ସମସ୍ୟାର ସମ୍ମୁଖୀନ ହେଉଛି । କିନ୍ତୁ ଆଗାମୀ ଦିନରେ ଆମେ ବିଶ୍ୱର ଦ୍ରୁତତମ ଅର୍ଥନୀତିରେ ପରିଣତ ହେବୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons