ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ସହ ତାକୁ ବିଭିନ୍ନ ମୋବାଇଲ ଆପ୍ରେ ପ୍ରସାରଣ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଜି ରାତିରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଛି । ଅବଶ୍ୟ ରାଜ୍ଙ୍କ ବିରୋଧରେ ଗତ ଫେବ୍ରୁଆରୀ ମାସରେ ଏ ନେଇ ଏକ ମାମଲା ରୁଜୁ କରାଯାଇଥିଲା । କ୍ରାଇମ ବ୍ରାଞ୍ଚର ତଦନ୍ତ ପରେ ରାଜ ହିଁ ମାମଲାର ମୁଖ୍ୟ ସୂତ୍ରଧର ବୋଲି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଏପରିକି ପୁଲିସ ହାତରେ ରାଜ୍ଙ୍କ ବିରୋଧରେ ବଳିÂ ପ୍ରମାଣ ମଧ୍ୟ ଲାଗିଛି ବୋଲି ମୁମ୍ବାଇ ପୁଲିସ କମିଶନର କହିଛନ୍ତି ।
Comments are closed, but trackbacks and pingbacks are open.