ଶିଳ୍ପ ଦାବି ନିଶ୍ଚିତ ଶୁଣିବୁ: ଅର୍ଥମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ଯାତ୍ରୀବାହୀ ଯାନ ବିକି୍ର ଲଗାତର ଦଶମ ମାସ ପାଇଁ ହ୍ରାସ ପାଇଛି । ଫଳରେ ମୋଟ ଗାଡ଼ି ବିକି୍ର ୨୧ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏ ବାବଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଅଟୋମୋବାଇଲ ଶିଳ୍ପର ଯାହା ଦାବି ରହିଛି, ତାହା ଶୁଣିବାକୁ ସରକାର ପ୍ରସ୍ତୁତ । ସରକାର ପ୍ରତ୍ୟେକ କ୍ଷେତ୍ରର ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନେଉଛନ୍ତି । ଅଟୋ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାର ମଧ୍ୟ ସମାଧାନ ଦିଗରେ ସରକାର କାର୍ଯ୍ୟ କରିବେ । ଚଳିତମାସ ୨୦ରେ ଗୋଆରେ ହେବାକୁ ଥିବା ଜିଏସ୍ଟି ପରିଷଦ ବୈଠକରେ ସମ୍ଭବତଃ ଏ ନେଇ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।
ଘରୋଇ ବଜାରରେ ଗାଡ଼ି ବିକି୍ର ଲଗାତର ଭାବେ ହ୍ରାସ ପାଇବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି, ବିଏସ୍-୬ ନିୟମ ଏବଂ ଓଲା ଓ ଉବର ଭଳି ମୋବିଲିଟି ବ୍ୟବସ୍ଥା ଯୋଗୁ କାର୍ ବିକି୍ର ହ୍ରାସ ପାଇଛି । ଲୋକମାନେ ଏହା ଉପରେ ନିର୍ଭର କରି କାର୍ କିଣିବାରୁ ନିବୃତ୍ତ ରହୁଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅଗଷ୍ଟରେ ଦେଶର ସାମଗ୍ରିକ ଘରୋଇ ଯାନ ବିକି୍ର ୨୩.୫୫ଧ ଖସି ୧୮,୨୧,୪୯୦ ୟୁନିଟ୍କୁ ହ୍ରାସ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons