ଶିଶୁକୁ ଚାପୁଡ଼ା ମାରିଲେ ଡାକ୍ତର

Get real time updates directly on you device, subscribe now.

ଟିଟିଲାଗଡ଼,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକ ଡାକ୍ତର ମାନବିକତା ହରାଇ ଚିକିତ୍ସାଧୀନ ଜଣେ ନିଷ୍ପାପ ଶିଶୁଙ୍କୁ ଚାପୁଡ଼ା ମାରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମଗ୍ର ଟିଟିଲାଗଡ଼ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।
ସିନେ୍ଧକେଲା ଥାନା ଅଧିନସ୍ଥ ପୁତୁଲାତଲେଇ ଗାଁର ଶୋଭନାଥ ଘିଭେଲାଙ୍କ ଦେଢବର୍ଷର ଶିଶୁପୁତ୍ର ରାଘବଙ୍କ ନିଶ୍ୱାସ ପ୍ରଶ୍ୱାସରେ ବାଧା ହେବାରୁ ଅସୁସ୍ଥ ପୁଅକୁ ଧରି ବାପା ଶୋଭନାଥ ଓ ମାଁ ଅଏଁଲି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ଶିଶୁର ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତର ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ଶିଶୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବା ବେଳେ ଗତକାଲି ରାତ୍ରି ପ୍ରାୟ ୯ଟାରେ ଶିଶୁ ବିଶେଷଜ୍ଞ ଡା. ସତ୍ୟରଞ୍ଜନ ମଲ୍ଲିକ ରାଉଣ୍ଡରେ ଯାଇ ଉକ୍ତ ଶିଶୁର ପରୀକ୍ଷା କରୁଥିଲେ । ସେହି ସମୟରେ ସଂସାର ସମ୍ପର୍କରେ କିଛି ଜାଣିନଥିବା କୋମଳମତି ଶିଶୁ ଡାକ୍ତରଙ୍କ ହୃଦବୀକ୍ଷଣ ଯନ୍ତ୍ରକୁ ଟାଣି ଦେଇଥିଲା । ଏଥିରେ ଡାକ୍ତର ଉତ୍ତ୍ୟକ୍ତ ହୋଇ ଶିଶୁର ହାତକୁ ଧରି ତା ଗାଲରେ ଚାରି ଚାପୁଡ଼ା ମାଡ଼ ଦେଇଥିବା ଶିଶୁର ମାଁ ଅଏଁଲି ଅଭିଯୋଗ କରିଛନ୍ତି । ଘଟଣା ଘଟିବା ପରେ ଶିଶୁପୁତ୍ରକୁ ଧରି ଭୟରେ ଦମ୍ପତି ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ନିଜ ଗ୍ରାମକୁ ଫେରିଯାଇଥିଲେ । ଏହା ପ୍ରଘଟ ହେବା ପରେ ରାତିରେ ଡାକ୍ତରଖାନା ପରିସରରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । କିଛି ସମୟ ପାଇଁ ଡଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons