ଶିଶୁକୁ ଧରି ମୃତଦେହକୁ କାନ୍ଧ ଦେଲେ ମହିଳା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ବୁ୍ୟରୋ): ସରକାର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି । ଏହା ଦ୍ୱାରା ମୃତଦେହକୁ ଅସମ୍ମାନ କରାଯାଉଛି । ମହାପ୍ରୟାଣ କିମ୍ ଦ୍ୱାରା ଆମ୍ବୁଲାନ୍ସ ନ ମିଳିବାରୁ ପରିବାର ଲୋକେ ମେଡିକାଲରୁ ଷ୍ଟେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମୁସାକିଗୁଡ଼ା ଗାଁରେ । ସବୁଠାରୁ ହୃଦୟ ବିଦାରକ ଥିଲା ଜଣେ ମହିଳା ତାଙ୍କ ସନ୍ତାନକୁ ଧରି ମୃତଦେହ କାନ୍ଧରେ ବୋହି ନେଉଥିଲେ । ଏଭଳି ଦୃଶ୍ୟକୁ ଲୋକେ ଦେଖୁଥିଲେ ମଧ୍ୟ କେହି ଜଣେ ବି ସହଯୋଗର ହାସ ବଢେ଼ଇ ନଥିଲେ । ମୁସାକିଗୁଡ଼ା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ କିଛି ଦିନ ତଳେ ପଡ଼ିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସଙ୍କୁ ନିବେଦନ କରିଥିଲେ । ହେଲେ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଖରାପ ହୋଇ ପଡିଛି ବୋଲି କହିଥିଲେ । ଏହାପରେ ପରିବାର ଲୋକଙ୍କୁ କିଛି ବୁଦ୍ଧି ବାଟ ଦିଶି ନଥିଲା । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଘରୋଇ ଆମ୍ବୁଲାନ୍ସ ଭଡ଼ା କରିପାରି ନଥିଲେ । ଶେଷରେ ନିରୁପାୟ ହୋଇ ପରିବାର ଲୋକେ ମେଡିକାଲରୁ ଏକ ଷ୍ଟେଚର ସାହାଯ୍ୟରେ କାନ୍ଧରେ ଶବକୁ ବୋହି ଦୁଇ କିଲୋମିଟର ଦୂର ନିଜ ଗାଁ ମୁସାକିଗୁଡ଼ାକୁ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons