ଆନନ୍ଦପୁର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଗଡବାନ୍ଧଗୋଡା କଲ୍ୟାଣ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତ୍ରୀ କମିଟିର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଂଯୋଜିନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଷୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରାଜ୍ୟପାଳ, ଶିଶୁ ମାନଙ୍କ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇପାରିଲେ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେବ ବୋଲି କହିବା ସହିତ ଶିଶୁ ମାନଙ୍କୁ ୟୁନିଭର୍ସାଲ ମ୍ୟାନର ଆଖ୍ୟା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ରାଜ୍ୟରେ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ମତ ରଖିବା ସହିତ ଆଗାମୀ ଦିନରେ ଓଡିଶା ରାଜ୍ୟ ଶିକ୍ଷାକ୍ଷେତ୍ରରେ ଭାରତର ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗଦେଇ ସେ କଲ୍ୟାଣୀ ବିଦ୍ୟାପୀଠର ଛାତ୍ର ହିସାବରେ ଗର୍ବ ଅନୁଭବ କରିଥିଲେ । ଅବସରପ୍ରାପ୍ତ ଆଇଜି କୁଳମଣି ଦେଓ ଯୋଗଦେଇ ସଂପୃକ୍ତ ବିଦ୍ୟାଳୟରେ କଟିଥିବା ପୁରୁଣା ଦିନର ସ୍ମୃତି ବଖାଣିଥିଲେ । କାର୍ଯ୍ୟକ୍ରମକୁ ସୁବର୍ଣ୍ଣ ଜୟନ୍ତୀ ସମ୍ପାଦକ ମନୋରଞ୍ଜନ ଦେଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସାହୁ, ଯୁବନେତା ଦେବାଶିଷ ପାତ୍ରଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡିପିଆରଓ ସଞ୍ଜୀବ କୁମାର ବାରିକ ସଭା ପରିଚାଳନା କରିଥିବାବଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନନ୍ଦପୁର ଏସଡିପିଓ ବିଦୁ୍ୟତ୍ କୁମାର ପଣ୍ଡାଙ୍କ ଉପସ୍ଥିତରେ ରାମଚନ୍ଦ୍ରପୁର ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ଦାୟିତ୍ୱ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ତଥା ଉପଖଣ୍ଡର ବିଭିନ୍ନ ବିଭାଗର ବହୁ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.