ସମ୍ବଲପୁର,(ବି.ବି.ନୁ୍ୟଜ୍): ଅବହେଳିତ କେବିକେ ଅଞ୍ଚଳ ନୁହେଁ, ଶିଳ୍ପ ସମୃଦ୍ଧ ସମ୍ବଲପୁର ଜିଲ୍ଲାରୁ ଆସିଛି ଶିଶୁ ବିକ୍ରି ଭଳି ସାଂଘାତିକ ଅଭିଯୋଗ । ଜିଲ୍ଲାର ମାଓ ଉପଦ୍ରୁତ ରେଢାଖୋଲ ବ୍ଲକର ଚାରମାଳ ଅଞ୍ଚଳର ଜଣେ ମହିଳା ଲାଳନ ପାଳନ ପାଇଁ ଅସମର୍ଥ ହେବାରୁ ତାର ନବଜାତକ ଶିଶୁ କନ୍ୟାକୁ ପର ହାତରେ ଟେକି ଦେଇଛି । ପେଟର ଜ୍ୱାଳା ପାଇଁ ସେ ଶିଶୁକନ୍ୟାକୁ ବିକ୍ରି କରି ଦେଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଅଭିଯୋଗ ହେବା ପରେ ସିଡବ୍ଲୁସିରେ ଉକ୍ତ ମହିଳାଙ୍କୁ ହାଜର କରାଯାଇଛି । ଆଉ ଉକ୍ତ ଶିଶୁର ଯତ୍ନ ପାଇଁ ସା ଅନୁÂାନରେ ଥଇଥାନ କରାଯାଇଥିବା ବେଳେ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେପଟେ, ଶିଶୁକନ୍ୟା ବିକ୍ରି ଘଟଣାକୁ ମାଁ ଅସ୍ୱୀକାର କରିଥିବା ବେଳେ ଲାଳନ ପାଳନ ପାଇଁ ଅସମର୍ଥ ଥିବାରୁ ପୋଷ୍ୟ ଭାବେ ଦେଇଥିଲି ବୋଲି କହିଛନ୍ତି ।
ଚାଇଲ୍ଡଲାଇନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୧୯ ତାରିଖରେ ଜଣେ ମହିଳା ଚାରମାଳ ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ହେଲେ ଶିଶୁ କନ୍ୟା ଜନ୍ମ ହେବାର ମାତ୍ର ୨୦ ରୁ ୨୫ ଦିନ ପରେ ଜନ୍ମଦାତ୍ରୀ ମା ଶିଶୁ କନ୍ୟାଟିକୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ସହ ଶିଶୁ କନ୍ୟାକୁ ଉଦ୍ଧାର କରି ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ ପାଇଁ ଚାଇଲ୍ଡଲାଇନ ଟିମ୍ ଲିଡର୍ ସଂଜୟ ସାଗର ଗତକାଲି ରାତି ୮ଟାରେ ଚାରମାଳ ଥାନାରେ ଏତଲା ଦେଇଥିଲେ ।
ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ରେଢ଼ାଖୋଲ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଉକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା । ଆଜି ପୁଲିସ ଶିଶୁକନ୍ୟାର ମା’ଓ ଶିଶୁକନ୍ୟାକୁ ରଖିଥିବା ଦମ୍ପତିଙ୍କୁ ଥାନାକୁ ଡକାଇ ଚାଇଲ୍ଡ ଲାଇନ ଉପସ୍ଥିତିରେ ଘଟଣା ସଂପର୍କରେ ଉଭୟଙ୍କୁ ପଚରାଉଚୁରା କରିଥିଲା । ତେବେ ତଦନ୍ତ ବେଳେ ଶିଶୁ ବିକ୍ରି ଅଭିଯୋଗକୁ ଜନ୍ମଦାତ୍ରୀ ମା’ ଖଣ୍ଡନ କରିଥିଲେ । ଉକ୍ତ ଦମ୍ପତିଙ୍କ ସହ ଦୀର୍ଘ ଦିନର ସଂପର୍କ ଥିବା ଓ ଅଭାବ ପରିସ୍ଥିତିରେ ଶିଶୁ କନ୍ୟାର ଲାଳନ ପାଳନ ପାଇଁ ନିଜ ଇଛାରେ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ଏଥିପାଇଁ କୌଣସି ଟଙ୍କା କାରବାର ହୋଇ ନଥିବା ପ୍ରକାଶ କରିଥିଲେ । ସେହିପରି ଶିଶୁକନ୍ୟା ହସ୍ତାନ୍ତର ନେଇ ରେଢ଼ାଖାଲ ନୋଟାରିଙ୍କ ନିକଟରେ କରିଥିବା ସତ୍ୟପାଠର ଏକ ନକଲ ପୁଲିସକୁ ପ୍ରଦାନ କରିଛନ୍ତି ବୋଲି ଥାନା ଅଧିକାରୀ ବସନ୍ତ କୁମାର ଦଳାଇ ସୂଚନା ଦେଇଛନ୍ତି । ପରେ ଚାଇଲ୍ଡଲାଇନ୍ ସଦସ୍ୟ ମାନେ ଶିଶୁକନ୍ୟା ସହ ଜନ୍ମଦାତ୍ରୀ ମା ଓ ଶିଶୁକନ୍ୟାକୁ ରଖିଥିବା ଦମ୍ପତିଙ୍କୁ ସମ୍ବଲପୁର ସିଡବ୍ଲୁ୍ୟସିରେ ହାଜର କରାଇଛନ୍ତି ।
ସିଡବ୍ଲୁ୍ୟସି ଅଧ୍ୟକ୍ଷ ବ୍ରଜେନ୍ଦ୍ର କିଶୋର ପଣ୍ଡା ଉଭୟ ପକ୍ଷର ବୟାନ ରେକର୍ଡ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଏହାଛଡା ବର୍ତ୍ତମାନ ପାଇଁ ଶିଶୁକନ୍ୟାକୁ ସା ଅନୁÂାନକୁ ପଠାଇ ଦିଆଯାଇଥିବା ବେଳେ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅପରପକ୍ଷେ, ସମ୍ବଲପୁର ଜିଲ୍ଲାରେ ଶିଶୁ ବିକ୍ରି ଭଳି ଅଭିଯୋଗ ସବୁ ମହଲକୁ ବିସ୍ମିତ କରିଛି ।


Comments are closed, but trackbacks and pingbacks are open.