ଶିଶୁ କନ୍ୟା ମୃତ, ପରିବାରର ୩ ଅସୁସ୍ଥ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ଖାଦ୍ୟ ହେଲା ବିଷାକ୍ତ । ଗୋଟିଏ ପରିବାର ଜଣେ ଶିଶୁ କନ୍ୟାଙ୍କ ମୃତୁ୍ୟ ହୋଇଛି । ପରିବାରର ଅନ୍ୟ ତିନି ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ରହିଛନ୍ତି ଭଞ୍ଜନଗର ବ୍ଲକ୍ ହରିଗଡ଼ ପଞ୍ଚାୟତ ଅନ୍ତର୍ଗତ ବଦାଙ୍ଗୀ ଗ୍ରାମ ଗୌଡ଼ ସାହିର ସୁବାସ ଗୌଡ଼(୪୫), ତାଙ୍କ ପନôୀ ଲକ୍ଷ୍ମୀ ଗୌଡ଼ ଓ ବଡ଼ ଝିଅ ରଶ୍ମିତା ଗୌଡ଼(୮) । ସାନ ଝିଅ ରିମା ଗୌଡ଼(୩)ଙ୍କ ମୃତୁ୍ୟ ହୋଇଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।
ବଦାଙ୍ଗୀ ଗୌଡ଼ ସାହିର ସୁବାସ ଗୌଡ଼ଙ୍କ ପରିବାର ସବୁଦିନ ଭଳି ଗତକାଲି ରାତିରେ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧୨ଟାରେ ସମସ୍ତଙ୍କ ପେଟରେ ସାମାନ୍ୟ ଯନ୍ତ୍ରଣା ହେବା ସହ ଅସୁସ୍ଥ ଅନୁଭବ କରିଥିଲେ । ଭୋର ବେଳକୁ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିଲା । ପରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ସାନ ଝିଅ ରିମା ଗୌଡ଼ଙ୍କ ମୃତୁ୍ୟ ହୋଇଥିଲା । ଘଟଣା ସମ୍ପର୍କରେ ପରିବାର ମୁଖ୍ୟ ସୁବାସ ଗୌଡ଼ଙ୍କୁ ପଚାରି ବୁଝିବାରେ ସେ କହିଛନ୍ତି ଯେ ଗତକାଲି ରାତିରେ ସେମାନେ ଭାତ, ଡାଲି ଓ ବିଲଚଣା ଶାଗ ଭଜା ଖାଇଥିଲେ । ରାତିରେ ବିଲଚଣା ଶାଗ ଖାଇଥିବାରୁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ସୁବାସଙ୍କ ପନôୀ ଲକ୍ଷ୍ମୀ ଗୌଡ଼ କହିଛନ୍ତି ଯେ ହୁଏତ ଖାଦ୍ୟରେ ଝିଟିପିଟି ଭଳି କିଛି ବିଷାକ୍ତ ସରୀସୃପ ପରିସ୍ରା ପଡ଼ିଥାଇ ପାରେ ବୋଲି ସନେ୍ଦହ କରିଛନ୍ତି । ମେଡିକାଲ ସୁପରିନ୍ଟେଣ୍ଡଣ୍ଟ ଡାକ୍ତର ସୀତାଂଶୁ ଶେଖର ଶତପଥୀ କହିଛନ୍ତି ଯେ ଖାଦ୍ୟଦ୍ରବ୍ୟରେ ଢାଙ୍କୁଣୀ ଘୋଡ଼ା ହେଉନଥିବାରୁ କୌଣସି ବିଷାକ୍ତ ପ୍ରାଣୀର ସଂସ୍ପର୍ଶରେ ଆସି ଖାଦ୍ୟ ବିଷାକ୍ତ ହୋଇଥାଇ ପାରେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ସାନଝିଅ ରିମା ଗୌଡ଼ର ମୃତୁ୍ୟ ହୋଇଥାଇ ପାରେ ବୋଲି ସେ ସନେ୍ଦହ ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons