‘ଶିଶୁ, ମହିଳା ହିଂସା ମାମଲାରେ ସମ୍ବେଦନଶୀଳ ହେଉ ପୁଲିସ’

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ମାଓ ଦମନଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ, ନକଲି ସାମଗ୍ରୀ ଜବତ, ସଙ୍ଗଠିତ ଅପରାଧ ରୋକିବା ଆଦିରେ ଓଡ଼ିଶା ପୁଲିସକୁ ଅନେକ ସଫଳତା ମିଳିଛି । ଆଗକୁ ମଧ୍ୟ ପୁଲିସ ନିଜ କାର୍ଯ୍ୟକୁ ଶାଣିତ କରି ଦକ୍ଷତାର ପରିଚୟ ଦେବ ବୋଲି ଡିଜିପି ଅଭୟ ଆଶା ବ୍ୟକ୍ତ କରିଛନ୍ତି । ପ୍ରଥମ ଥର ପାଇଁ ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ୬୨ତମ ବରିÂ ପୁଲିସ ଅଫିସର ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ପୁଲିସ୍ ମହାନିଦେ୍ର୍ଧଶକ ଅଭୟ କହିଛନ୍ତି ଯେ, ଓଡ଼ିଶା ପୁଲିସ୍ ସରକାରଙ୍କ ୫-ଟି ଆହ୍ୱାନକୁ ଅନୁପାଳନ କରିବା ସହ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ ପ୍ରକ୍ରିୟା, ଅପରାଧ ଦମନ କ୍ଷେତ୍ରରେ ବହୁ ସଫଳତା ହାସଲ କରିଛି ।
ଉଦ୍ଘାଟନୀ ଦିବସରେ ପୁଲିସ ବ୍ୟବସ୍ଥାର ମୌଳିକ ପ୍ରସଙ୍ଗ ତଥା ଆଇନଶୃଙ୍ଖଳା, ନେତୃତ୍ୱ ଏବଂ ଅପରାଧ ନିୟନ୍ତ୍ରଣ ଉପରେ ଡିଜି ଆଲୋକପାତ କରିଥିଲେ । ମହିଳା ଓ ଶିଶୁ ହିଂସାକାଣ୍ଡ ମାମଲାରେ ପୀଡ଼ିତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଡିଜି ପୁଲିସ ବାହିନୀକୁ ଆହ୍ୱାନ ଦେଇଥିଲେ । ସେସବୁ ଅପରାଧିକ ମାମଲାର ତଦନ୍ତ ଉପରେ ପୁଲିସ୍ ଅଗ୍ରାଧିକାର ଦେବାକୁ ସେ କହିଥିଲେ । ସେହିପରି ତଦନ୍ତରେ ବୃତ୍ତିଗତ ଦକ୍ଷତା ବୃଦ୍ଧି, ସାଇବର ଅପରାଧ ତଦନ୍ତରେ ନୂତନ ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ତକ୍ରାଳ ପ୍ରତିକ୍ରିୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡିଜିପି କହିଥିଲେ । କାର୍ଯ୍ୟକ୍ଷେତ୍ରରେ ପୁଲିସ ସାଧାରଣ ଜନତାଙ୍କ ସମେତ ମହିଳାଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପ୍ରଦର୍ଶନ ପାଇଁ ଡିଜି ପୁଲିସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟସ୍ତରୀୟ ଏହି ବରିÂ ପୁଲିସ୍ ଅଫିସର ସମ୍ମିଳନୀର ପ୍ରଥମାର୍ଦ୍ଧରେ ମାଓ ଦମନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ହୋଇଥିଲା । ୨୦୨୦ ବର୍ଷରେ ମାଓ ଦମନ କ୍ଷେତ୍ରରେ ପୁଲିସ୍କୁ ବହୁ ସଫଳତା ମିଳିଛି ବୋଲି ଡିଜି କହିଛନ୍ତି । ମାଓ ଅପରେସନ୍ରେ ୧୭ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୩୪ ଜଣ ମାଓବାଦୀଙ୍କୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି । ସେହିପରି ୨୧ ଜଣ ମାଓବାଦୀ ପୁଲିସ୍ ପାଖରେ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଜିଲ୍ଲା ସମେତ ସ୍ୱାଭିମାନ ଅଞ୍ଚଳର ୮୦ ପ୍ରତିଶତ ଅଞ୍ଚଳରେ ପୁଲିସ୍ ନିଜ ପ୍ରଭାବ ବିସ୍ତାର କରିପାରିଛି ବୋଲି ସୂଚନା ଦିଆଯାଇଥିଲା । ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ସ୍ଥିତି ଏବଂ ଅପରାଧ ନିୟନ୍ତ୍ରଣ ଦିଗ ସମ୍ପର୍କରେ ସମୀକ୍ଷା ହେବା ସହ ଖାଦ୍ୟ ଅପମିଶ୍ରଣ, ବେଆଇନ୍ ଖଣିଜ ପଦାର୍ଥ କାରବାର ତଥା କୋଇଲା ଚୋରି ରୋକିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସେହିପରି ପୁଲିସ୍ ବାହିନୀ ୫-ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇ ତଦନ୍ତ ପ୍ରକ୍ରିୟାରେ ଅନେକ ସଫଳତା ହାସଲ କରିଥିବା ଦର୍ଶାଯାଇଥିଲା । କଟକ ସହରରେ ଘଟିଥିବା ଆଇଆଇଏଫ୍ଏଲ୍ ଫାଇନାନ୍ସ ସଂସ୍ଥା ଡକାୟତି, ଗଞ୍ଜାମ ଜିଲ୍ଲାର ସୁନାଗହଣା ଲୁଟ୍, ବ୍ରହ୍ମପୁରରେ ଆଇପିଏଲ ବେଟିଂ ଓ ଭୁବନେଶ୍ୱର ବ୍ୟାଙ୍କ ଡକାୟତି ଘଟଣାରେ ତଦନ୍ତ ସଫଳତାକୁ ସମ୍ମିଳନୀରେ ଉଦାହରଣ ଭାବେ ନିଆଯାଇ ଆଲୋଚନା କରାଯାଇଥିଲା । ନିଶାଦ୍ରବ୍ୟ ଚୋରାଚାଲାଣ ତଥା ଗଞ୍ଜେଇ ଏବଂ ବ୍ରାଉନସୁଗର କାରବାର ଉପରେ ନିୟନ୍ତ୍ରଣ ରଖିବା ପାଇଁ ପୁଲିସ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା ହେବା ସହ ଆଗକୁ ପୁଲିସ୍ର ପଦକ୍ଷେପ କଣ ରହିବ ସେ ସମ୍ପର୍କରେ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ସେହିପରି ସାଇଣ୍ଟିଫିକ୍ ତଦନ୍ତ ସମ୍ପର୍କରେ ଏସ୍ଏଫ୍ଏଲ୍ର ନିଦେ୍ର୍ଧଶକ ଫରେନସିକ୍ ସାଇନ୍ସର ବ୍ୟବହାର କରି ତଦନ୍ତ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମିଳନୀରେ ବିଭିନ୍ନ ପୁଲିସ୍ ଜିଲ୍ଲାର ଏସ୍ପି, ବାଟାଲିୟନ୍ର କମାଣ୍ଡାଣ୍ଟ, ସହରାଞ୍ଚଳ ପୁଲିସ୍, ରେଳବାଇ ପୁଲିସ, ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଗୁଇନ୍ଦା, ଜେଲ୍, ଏସ୍ଆଇଡବ୍ଲୁ, ଇଓଡବ୍ଲୁ ଏବଂ ପୁଲିସ୍ ମୋଟର ପରିବହନ ଆଦି ବିଭିନ୍ନ ପୁଲିସ୍ ପ୍ରତିÂାନ ସମେତ ରେଞ୍ଜ ଡିଆଇଜି, ଆଇଜି ଆଦି ବରିÂ ଆଇପିଏସ୍ ଅଫିସରଙ୍କୁ ମିଶାଇ ୧୦୦ରୁ ଅଧିକ ପୁଲିସ୍ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ସମ୍ମିଳନୀ ୩୦ ତାରିଖ ଯାଏ ୪ ଦିନ ଧରି ଚାଲିବ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡ୍ ତଥା ଭିଡିଓ କନ୍ଫରେନ୍ସିଂରେ ସମ୍ମିଳନୀରେ ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons