ଜଙ୍କିଆ,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡ଼ା ମୌଜା ଅନ୍ତର୍ଗତ କଦମପାଟିଆ କ୍ଷେତରେ ଅସୁସ୍ଥ ହୋଇପଡ଼ିଥିବା ମାଈହାତୀଟି ଶେଷରେ ଶୁକ୍ରବାର ଭୋରୁ ଆଖି ବୁଜିଛି । ବନ ବିଭାଗ ଏହି ହାତୀଟି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା କରିଥିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଥାନ୍ତା ବୋଲି ସାଧାରଣରେ ଅଭିଯୋଗ ହେଉଛି । ସ୍ଥାନୀୟ ପଥରବନ୍ଧ ନର୍ସରୀରେ ତା’ର ବ୍ୟବଚ୍ଛେଦ କରାଯିବ ଓ ସେହିଠାରେ ପୋତିଦିଆଯିବ ବୋଲି ଟାଙ୍ଗୀ ବନଖଣ୍ଡ ଅଧିକାରୀ ଅଜୟ କୁମାର ଜଗଦେ୍ଧବ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡ଼ା ମୌଜା ଅନ୍ତର୍ଗତ କଦମପାଟିଆ କ୍ଷେତରେ ବୁଧବାର ସକାଳୁ ମାଈ ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଲୋକମାନେ ତା ପାଖକୁ ଯିବା ପାଇଁ ଚେଷ୍ଟା କଲାବେଳେ ଜଗି ରହିଥିବା ସାଥୀ ଦନ୍ତାହାତୀ ଗୋଡ଼ାଇ ଆସିଥିଲା । ଖବର ପାଇ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଶ୍ରୀ ଜଗଦେ୍ଧବ ଏବଂ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ଅଗି୍ନଶମ ବିଭାଗ କର୍ମଚାରୀମାନଙ୍କ ଦୀର୍ଘସମୟର ଉଦ୍ୟମ ସତ୍ତେ୍ୱ ହାତୀ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ସେହିଦିନ ସନ୍ଧ୍ୟାରେ ଓୟୁଏଟି ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରି ହାତୀକୁ ଆଣ୍ଟିବାଓଟିକ୍ ଇଞ୍ଜେକସନ ଦେଇଥିଲେ । ପରେ ଏକ କ୍ରେନ୍ ସହାୟତାରେ ତାକୁ ଠିଆ କରାଇଥିଲେ । ହାତୀର ଅବସ୍ଥା ଦେଖି ତାକୁ ଅନ୍ୟତ୍ର ସ୍ଥାନାନ୍ତର କରା ନଯାଇ ଘଟଣାସ୍ଥଳରେ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ହାତୀଟିର ଉପଯୁକ୍ତ ଚିକିତ୍ସା କରାଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ ଟାଙ୍ଗି ବନଖଣ୍ଡ ଶ୍ରୀ ଜଗଦେ୍ଧବ କହିଛନ୍ତି, ହାତୀକୁ ଚବିଶ ଘଣ୍ଟାପାଇଁ ଔଷଧ ଦିଆଯାଇଥିଲା । ଆଉ ଚବିଶ ଘଣ୍ଟାପରେ ଔଷଧ ଦିଆଯାଇଥାନ୍ତା । କିନ୍ତୁ ହାତୀଟି ଶୁକ୍ରବାର ଭୋରୁ ମୃତୁ୍ୟବରଣ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦୁଇଦିନ ଧରି ହାତୀଟି ମରଣ ସହିତ ସଂଗ୍ରାମ କରୁଥିଲା ।


Comments are closed, but trackbacks and pingbacks are open.