ଜଗତସିହପୁର, (ବି.ବି.ନୁ୍ୟଜ୍): ଡାକ୍ତର ଚିକିସôା କଲେନି । ଦେହ ଖରାପ ହେବାରୁ ଏରସମାରୁ ଜଗତସିଂହପୁରସ୍ଥିତ ଏସ୍ଭିଏମ୍ କଲେଜକୁ ଆସିଲୁ । ଏଠୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାର ଆଇସୋଲେସନ୍ ସେଣ୍ଟର୍କୁ ଚାଲି ଆସିଲୁ । ବାପା, ଭାଇ, ମାମୁ ସମସ୍ତେ ମୋ’ ରେକଡର଼୍ିଂକୁ ଶୁଣିବ । ମୋ’ ଧନକୁ ଟିକେ ଚିକିସôା କଲନି । ମୁଁ ଏତେ ଅନୁରୋଧ କରିବା ପରେ ବି ତମେ ମାନେ କେହି ଆସିଲନି । ବୋଉ, ତୁମେ ମୋତେ କହିଲ ବାପା କ’ଣ ଯାଇପାରିବନି, ବାପା ବି ସତରେ ଆସିଲେନି । ମାମୁଙ୍କୁ ମଧ୍ୟ କହଲନି କି ପଠେଇଲନି । ମୁଁ ମୋ’ ଧନକୁ ଧରିକି ଆସିଲି । ଚିକିସôା ପାଇଁ ସେଠି ଏଠି ହୋଇ ବୁଲାଇଲି । ୟାଙ୍କ ସେବା କଲି । ଦିନ ସାଢେ ଗୋଟାଏ ସୁଦ୍ଧା ଖୁଆଇ ଦେଲି । ମୁଁ ତାଙ୍କ ସହ ବସି ଖାଇଲି । ଖାଇ ସାରିଲା ପରେ ମୋ ସହ ଭଲରେ କଥା ହେଲେ । ତା’ପରେ ଛାତି ତାଙ୍କର କ’ଣ ହୋଇଗଲା । ମୁଁ ଯାଇ ଡାକ୍ତରଙ୍କୁ ଡାକିଲି । ଡାକ୍ତର ଆସିଲେନି । ସାର୍ଟ ପ୍ୟାଣ୍ଟ ପିନ୍ଧି ଆସୁ ଆସୁ ଡାକ୍ତରଙ୍କ ଡେରି ହେଲା । ଏହା ଭିତରେ ମୋ’ ଧନର କ’ଣ ହେଇ ଯାଇଥିଲା । ମୋତେ ଆଉ ଅନାଇଲେନି କି କିଛି କଥା ହେଲେନି । ଏହା ପରେ ବି ଡାକ୍ତର ଆସି କିଛି ଚିକିସôା କଲେନି ।
ଜୀବନ ହାରିବା ପୂର୍ବରୁ ଏହିଭଳି ଭାବେ ନିଜର ଅନ୍ତିମ ଇଚ୍ଛା, ଅଭିମାନ, କ୍ଷୋଭ ଓ ସ୍ୱାମୀଙ୍କ ପ୍ରତି ରହିଥିବା ଭକ୍ତି, ସ୍ନେହ ଆଉ ଭଲପାଇବାକୁ ଜଣାଇଥିଲେ ଏରସମା ପଲ୍ଲୀକଣ୍ଟା ପଞ୍ଚାୟତ କଟିଜଙ୍ଗା ଗ୍ରାମର ସୁଭଦ୍ରା ସ୍ୱାଇଁ(୩୩) । ମୋବାଇଲ୍ ଫୋନ୍ ଜରିଆରେ ନିଜ ଜୀବନର ଅନ୍ତିମ କ୍ଷଣ ଭିତରେ ଘଟିଥିବା ବାସ୍ତବତାକୁ ଅଡ଼ିଓ ରେକଡର଼୍ିଂ ଦ୍ୱାରା ଆବଦ୍ଧ କରିବା ଭିତରେ ସୁଭଦ୍ରାଙ୍କ ପାଟି ଖନି ବାଜି ଆସିଥିଲା । ତଥାପି ଆଖିରେ ଆଖିଏ ଲୁହ, ବୋହି ଯାଉଥିବା ଅଶ୍ରୁ ବୁନ୍ଦାକୁ ପୋଛି ସୁଭଦ୍ରା ଅଡ଼ିଓ ମାଧ୍ୟମରେ ନିଜ କନ ବୋଉଙ୍କୁ ଝୁରିଥିଲେ । ମୋ’ କନ ବୋଉର କେହି ଭରଷା ନାହାନ୍ତି । ତା’କୁ ଟିକେ ବଞ୍ଚାଇବ, ବଞ୍ଚାଇବ, ବଞ୍ଚାଇବ… । ମୋ’ ଧନ ତ’ ଚାଲିଗଲା । ମୁଁ ବି ତାଙ୍କ ସହ ଯାଉଛି । ମୋ’ ଜୀବନରେ ଆଉ କିଛି ନାହିଁ । ବାପା, ବୋଉ, ମାମୁ ସମସ୍ତେ ମୋ’ ଧନକୁ ମିଶି ମାରିଦେଲ । କେହି ମୋ’ ପାଖକୁ ଟିକେ ଆସିଲନି । ତୁମ୍ଭ ହୃଦୟରେ ଦୟାମାୟା କିଛି ନାହିଁ । ହେ ବାଉ ଦାଦା, ଦାଦା, ବାପା କିଏ କୁଆଡେ଼ ମୋତେ ଏମିତି ଅବସ୍ଥାରେ ଛାଡ଼ିଦେଲ । ସାନ ବାପା ମୋତେ ତୁମେ ଝିଅ ଭଳି ଭାବିଥିଲ । ତମେ ଯାଇ ମେଡ଼ିକାଲର ପଡ଼ିଲ, ମୋ’ ଧନର ଜୀବନ ଚାଲିଗଲା । ତମେ ମୋତେ କଥା ଦେଇଥିଲ, ମୋ’ ବୋଉକୁ ଅନେଇବ ବୋଲି । ସିହା ଗାଁରୁ ନେଇ ମନ୍ଦିରରେ ରଖିବ ବୋଲି । ମୋର ଶେଷ କଥା, ଏତିକି ଗୁହାରି ମଧ୍ୟ ରଖିବ, ରଖିବ, ରଖିବ… । ଭଗବାନଙ୍କର ରାଣ ତୁମର କଲ୍ୟାଣ ହେବ । ମୁଁ ଯାଉଛି ।
ଯେକେହି ଲୋକଙ୍କ ଦେହ ଶୀତେଇ ଉଠିଥିଲା ଏହି ଦୁଇ ମିନିଟ୍ ୪୩ ସେକେଣ୍ଡର ଅଡ଼ିଓ ଶୁଣିବା ପରେ । ପ୍ରକୃତରେ କରୋନାରେ ଆମେ ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ ମାନବିକ ମୂଲ୍ୟବୋଧକୁ ବହୁ ପଛରେ ଛାଡ଼ି ଆସିଛୁ, ଯାହା ସୁଭଦ୍ରାଙ୍କ ଅଡ଼ିଓ ବାର୍ତ୍ତାରୁ ଜଳ ଜଳ ବାରି ହୋଇପଡ଼ିଥିଲା । ଏବେ ଏହି ଅଡ଼ିଓ ଭାଇରାଲ୍ ହୋଇଛି ଆଉ ବିବାଦ ଘେରକୁ ଆସିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରକୃତରେ କ’ଣ ଆଇସୋଲେସନ୍ କେନ୍ଦ୍ରର ଏକ ଗୃହରେ ସୁଭଦ୍ରା କବାଟ କିଳି ଆତ୍ମହତ୍ୟା କରିଥିଲେ? ଯଦି ସେ ଆତ୍ମହତ୍ୟା କରିବାକୁ ମନ ସ୍ଥିର କରି ନେଇଥିଲେ ତା’ ହେଲେ କେନ୍ଦ୍ର ବା ଉକ୍ତ ସେଣ୍ଟର୍ରେ ମୁତୟନ ରହିଥିବା ଅନ୍ୟ କର୍ମଚାରୀମାନେ କ’ଣ କରୁଥିଲେ? ମନ ପ୍ରାଣ ଢାଳି ଭଲ ପାଉଥିବା ସ୍ୱାମୀ ନିର୍ଲିପ୍ତ ଭୋଳ(୩୮ଙ୍କ ହୃଦ୍ଘାତରେ ମୃତୁ୍ୟ ପରେ ହିଁ ସୁଭଦ୍ରା ବିଚଳିତ ହୋଇପଡ଼ିଥିଲେ ଏବଂ କିଛି ସ୍ୱାସ୍ଥ୍ୟ କର୍ମୀଙ୍କୁ କୁଆଡେ଼ ଆକ୍ରମଣ କରିଥିଲେ । ବ୍ଲେଡ୍ରେ ନିଜ ହାତକୁ କାଟି ପକାଇଥିଲେ । ଚୁନ୍ରିରେ ନିଜ ବେକକୁ ଭିଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ତାଙ୍କୁ କାବୁ କରି କ୍ଷତ ଜାଗାରେ ଚିକିସôା କରିଥିଲେ । ଅର୍ଥାତ ସ୍ୱାସ୍ଥ୍ୟ କର୍ମଚାରୀମାନେ ଜାଣି ସାରିଥିଲେ ଯେ, ସୁଭଦ୍ରା ଆଗକୁ କିଛି ବି କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି । ହେଲେ ସମସ୍ତେ ଚୁପ୍ଚାପ୍ ରହିଯାଇଥିଲେ ।
Comments are closed, but trackbacks and pingbacks are open.