କେନ୍ଦୁଝର : ସୋସ ଥାନା ଦଲକି ଗାଁରେ ଘରେ ଶୋଇଥିବାବେଳେ କେହି ଦୁର୍ବୃତ୍ତ ଘରେ ପଶି ଗାଁ ର କେଦାର ହୋଙ୍କୁ ହାଣିଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।
ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବରୁ ଏକ ବିବାଦକୁ କେନ୍ଦ୍ରକରି ଏଭଳି ଆକ୍ରମଣ ଘଟିଥାଇପାରେ ବୋଲି ପରିବାର ଲୋକେ ଅନୁମାନ କରିଛନ୍ତି। ଏହି ଘଟଣାରେ ବର୍ତମାନ ସୁଦ୍ଧା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।
Comments are closed, but trackbacks and pingbacks are open.