ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ଶତ୍ରୁ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶରେ ତାଙ୍କ ଜନ୍ମମାଟି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗାରେ ଶେଷ ହୋଇଛି । ଗତକାଲି ରାତିରେ ରାଇକିଆରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ଆଜି ସକାଳେ ବିରାଟ ଶୋଭାଯାତ୍ରାରେ ତାଙ୍କ ପ୍ରାର୍ଥିବ ଶରୀରକୁ ଜନ୍ମମାଟି ବିଅରପାଙ୍ଗାକୁ ନିଆଯାଇଥିଲା । ରାସ୍ତାରେ ଶହ ଶହ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଭାରତ ମାତା କି ଜୟ ଓ ଚନ୍ଦ୍ରକାନ୍ତ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ତାଙ୍କୁ ତୋପ ସଲାମୀ ପ୍ରଦାନ କରାଯାଇଥିଲା । ପରେ ତାଙ୍କୁ ସମାଧି ଦିଆଯାଇଥିଲା । ସହିଦଙ୍କ ବଳିଦାନ ଆମା ଦେଶ ପାଇଁ ଗର୍ବ ଓ ଗୌରବ କଥା ବୋଲି କନ୍ଧମାଳ ଏସ୍ପି ପ୍ରତୀକ ସିଂ କହିଛନ୍ତି । ସୂଚନାଯୋଗ୍ୟ, ଚୀନ ସେନାର ଆକ୍ରମଣରେ ସହିଦ ହୋଇଥିବା ୨୦ ଜର ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିଲେ । ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେ । ଆଜି ସହିତ ନନ୍ଦୁରାମଙ୍କ ପୈତୃକ ଗାଁ ମୟୁରଭଞ୍ଜ ଜିଲ୍ଲା ବଡ଼ଚମ୍ପାଉଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଅପରାହ୍ନରେ ଉଭୟ ସହିଦଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କ ସମେତ ୩ ସେନାର ପ୍ରମୁଖ ଅଧିକାରୀ , ବରିÂ ନେତା ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିମାନ ବନ୍ଦର ପରିସରରେ ଉଭୟଙ୍କୁ ଗାଡ୍ ଅଫ୍ ଅନର ଦିଆଯାଇଥିଲା ।
Comments are closed, but trackbacks and pingbacks are open.