ଶୌଚ ପାଇଁ ଯିବାକୁ କହି ପୁଲିସ୍ ପଞ୍ଝାରୁ ଖସିଗଲା ଅଭିଯୁକ୍ତ

Get real time updates directly on you device, subscribe now.

ରାଉରକେଲା: ବଳାକ୍ରାର ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରିବା ଲାଗି ଡାକ୍ତରଖାନା ଆଣିଥିଲା ପୁଲିସ୍ । ହେଲେ ଅଭିଯୁକ୍ତ ଜଣକ ଶୌଚ ଯିବାର ବାହାନା କରି ପୁଲିସ୍ ଟିମ୍ ଆଖିରେ ଧୂଳି ଦେଇ ବୁଲେଟ ଗାଡ଼ିରେ ଚମ୍ପଟ ମାରିଥିଲା । ଏଭଳି ଘଟଣା ଆଜି ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଘଟିଛି । ଯାହାକି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ଛେଣ୍ଡ ଥାନା ଅଧୀନରେ ଥିବା ବନପୋଷ ଅଞ୍ଚଳରେ ରହୁଥିବା ଜଣେ ମହିଳା ଛେଣ୍ଡ କଲୋନୀରେ ରହୁଥିବା କିଶୋର ଦାସ ଓରଫ ଜଟ ନାମରେ ଆଜି ସକାଳେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ କିଶୋର ତାଙ୍କୁ ଧମକଚମକ୍ ଦେବା ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ଛେଣ୍ଡ ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ହେବାର କିଛି ଘଣ୍ଟା ମଧ୍ୟରେ ପୁଲିସ୍ ଟିମ୍ କିଶୋରଙ୍କୁ ଗିରଫ କରିଥିଲା । ଅପରାହ୍ନରେ କିଶୋରଙ୍କୁ କୋର୍ଟ ଚାଲାଣ କରିବା ପୂର୍ବରୁ ଡାକ୍ତରୀମାଇନା ଲାଗି ପୁଲିସ୍ର ଏସ୍କର୍ଟ ଟିମ୍ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ । ଡାକ୍ତରଖାନା ପରିସରରେ କିଶୋର ଶୌଚ ପାଇଁ ଯିବାକୁ ପୁଲିସ୍ କର୍ମଚାରୀଙ୍କୁ କହିଥିଲେ । ସେହି ସମୟରେ ଜଣେ ଯୁବକ ଏକ ବୁଲେଟ୍ ଯୋଗେ ସେଠାରେ ପହଞ୍ଚôବା କ୍ଷଣି କିଶୋର ଆଖି ପିଛୁଳାକେ ବାଇକ୍ରେ ଚମ୍ପଟ ମାରିଥିଲେ । ପୁଲିସ୍ ଟିମ୍ କିଶୋରଙ୍କୁ ଧରିବା ଲାଗି ପିଛା କରିଥିଲେ ମଧ୍ୟ ତାଙ୍କର କୌଣସି ଟେର୍ ପାଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କିଶୋର ଡାକ୍ତରଖାନାରୁ ଫେରାର ହେବା ଅଭିଯୋଗରେ ରଘୁନାଥପାଲୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଛେଣ୍ଡ ଓ ରଘୁନାଥପାଲୀ ଥାନା ସମେତ ସ୍ପେଶାଲ ସ୍କ୍ୱାର୍ଡ କିଶୋରଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons