ଶୌଚ ହେବାକୁ ଯାଇ ଯୁବକ ନିଖୋଜ

Get real time updates directly on you device, subscribe now.

ସାଲେପୁର : କେନାଲକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ କୁସମ୍ଭି ଗ୍ରାମର ସୁବ୍ରତ ଶତପଥୀ । ମଙ୍ଗଳବାର ରାତିରେ ସୁବ୍ରତ କାମ ସାରି କେନାଲକୁ ଶୌଚ ହେବାକୁ ଯାଇଥିଲେ । ସେ ସେଠାରୁ ଆଉ ଫେରିନଥିଲେ ।
ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ଏ ପର୍ୟ୍ୟନ୍ତ ସୁବ୍ରତଙ୍କ କୌଣସି ପତ୍ତା ମିଳୁନାହିଁ । ସୁବ୍ରତ କେନାଲ ପାଣିରେ ପଡି ଭାସିଯାଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଆସି ୬ନଂ କେନାଲରେ ବହୁ ଖୋଜାଖୋଜି କରିବା ପରେ ବି ସୁବ୍ରତଙ୍କ ପତ୍ତା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons