ଟିଟିଲାଗଡ଼,(ବି.ବି.ନୁ୍ୟଜ୍): ତେଲେଙ୍ଗାନାର ଲିଗମ୍ପଲ୍ଲୀରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଶିଶୁ ପୁତ୍ର ପ୍ରସବ କଲେ ଜଣେ ମହିଳା । ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୁଡିବାହାଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ସ୍ତ୍ରୀ ମିରା ଇଟାଭାଟିରେ କାମ କରିବାକୁ ତେଲେଙ୍ଗାନାର ଲିଗମପଲ୍ଲୀକୁ ଯାଇଥିଲେ । କରୋନା ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଘରକୁ ଫେରୁଥିଲେ । କିନ୍ତୁ ଟ୍ରେନରେ ମିରାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହାପରେ ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଟିଟିଲାଗଡ଼ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ଉକ୍ତ ମହିଳା ତାଙ୍କ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟେ ସୁସ୍ଥ ଥିବା ଜଣାପଡିଛି ।
Comments are closed, but trackbacks and pingbacks are open.