ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା :କୁଞ୍ଜରେ ଝୁଲିଲେ ଶ୍ରୀରାଧାକୃଷ୍ଣ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଶନିବାର ଠାରୁ ଆରମ୍ଭ ହୋଇଛି ଠାକୁରଙ୍କ ବର୍ଷାକାଳୀନ ରାହାସ ଉତ୍ସବ ଝୁଲଣ ଯାତ୍ରା । ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହୋଇଛନ୍ତି ଶ୍ରୀ ରାଧାକୃଷ୍ଣ । କୁଞ୍ଜକାନନର ପଶୁପକ୍ଷୀଙ୍କ କଳରବ ମଧ୍ୟରେ ଠାକୁରଙ୍କ ଏହି ବିଶେଷ ପର୍ବ ପାଳିତ ହେଉଛି । ଝୁଲଣକୁଞ୍ଜ ସମ୍ମୁଖରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଛି । ହଜାର ହଜାର ଶ୍ରଦ୍ଧାଳୁ ଝୁଲଣକୁଞ୍ଜରେ ଶ୍ରୀରାଧାକୃଷ୍ଣଙ୍କ ଅପୂର୍ବ ଶୋଭା ଦର୍ଶନ କରୁଛନ୍ତି ।
ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠବାଡି଼ରେ ହେଉଛି ଏହି ଝୁଲଣୋତ୍ସବ । ସେଠାରେ ପାଳନ ହେଉଛି ସ୍ୱତନ୍ତ୍ର ଦେବନୀତି । ଶ୍ରୀମନ୍ଦିରରେ ଝୁଲଣ ଯାତ୍ରାର ୭ଦିନ ବ୍ୟାପି ବିଧିବିଧାନ ଆରମ୍ଭ ହୋଇଛି । ଠାକୁରଙ୍କ ମଧ୍ୟାହ୍ନ ଧୂପ ପରେ ମଇଲମ କରାଯାଇ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଦକ୍ଷିଣ ଘର ଖଟଶେଜ ଉପରକୁ ବିଜେ କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଲାପରେ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଶ୍ରୀ ମଦନମୋହନ ମୁକ୍ତି ମଣ୍ଡପ ଝୁଲଣ କୁଞ୍ଜକୁ ବିଜେ କରିଥିଲେ । କୁଞ୍ଜରେ ସ୍ୱତନ୍ତ୍ର ନୀତି କରାଯିବା ସହ ଭୋଗ ଓ ବିଡିଆ ମଣୋହୀ କରାଯାଇଥିଲା । ବହୁ ଭକ୍ତ ଝୁଲଣ କୁଞ୍ଜରେ ମଦନମୋହନଙ୍କୁ ଦର୍ଶନ କରି ଧନ୍ୟ ହୋଇଥିଲେ । ଜଗନ୍ନାଥବଲ୍ଲଭ ମଠ, ଗୌରବିହାର, ଜିଅରସ୍ୱାମୀ ମଠ ଆଦି ୩୦ରୁ ଉର୍ଦ୍ଧ ମଠରେ ମହାସମାରୋହରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons