ଶ୍ରୀକ୍ଷେତ୍ରରେ ବରିÂ ନାଗରିକଙ୍କୁ ଗଳାଧକ୍କା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ପରିଣତ ବୟସରେ ଅବସର ସମୟ କାଟିବାକୁ ଶ୍ରୀକ୍ଷେତ୍ର ଆସିଥିବା ଜଣେ ବୃଦ୍ଧଙ୍କୁ ହୋଇଛି ଆକ୍ରମଣ । ଖାଲି ଆକ୍ରମଣ ନୁହେଁ । ଗଳାଧକ୍କା ଦେଇ ତଣ୍ଟି ଚିପି ତଡ଼ି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଘରଭଡ଼ା ନେଇ ରଖିଥିବା ଘର ମାଲିକ ତାଙ୍କ ପ୍ରତି ଏଭଳି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଏପରିକି ଅବଶିଷ୍ଟ ଭଡ଼ା ଟଙ୍କା ଫେରାଇବାକୁ କହିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବୃଦ୍ଧ । ସେ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ନରସିଂହପୁର ଗ୍ରାମର ତ୍ରିଲୋଚନ ବାରିକ(୬୬) । ଏ ନେଇ କୁମ୍ଭାରପଡ଼ା ଥାନାରେ ବୃଦ୍ଧ ତ୍ରିଲୋଚନ ଏତଲା ଦେଇ ସୁରକ୍ଷା ଲୋଡ଼ିଛନ୍ତି ।
ଏତଲା ଅନୁସାରେ, ତ୍ରିଲୋଚନ ପୂର୍ବରୁ ବିଏସ୍ଏନ୍ଏଲ୍ରେ ଚାକିରି କରୁଥିଲେ । ୨୦୧୪ ମସିହା ଏପି୍ରଲ୍ ମାସରେ ସେ ଅବସର ନେଇଥିଲେ । ପରେ ଅବସର ସମୟ କାଟିବାକୁ ସେ ଶ୍ରକ୍ଷେତ୍ର ଚାଲିଆସିଥିବା କହିଛନ୍ତି । ୨୦୧୫ ମସିହାରେ ପୁରୀ ଆସି ନରେନ୍ଦ୍ରକୋଣରେ ଘରଭଡ଼ା ନେଇ ରହିଥିଲେ । ଆବଶ୍ୟକ ସ୍ଥଳେ ଘରକୁ ଯାଇ ପୁଣି ଫେରି ଆସୁଥିଲେ । ହେଲେ କିଛି ସମସ୍ୟା ଯୋଗୁଁ ଗତ ମାସରେ ସେ ନରେନ୍ଦ୍ର କୋଣରୁ ଘର ଛାଡ଼ି ଅନ୍ୟତ୍ର ରହିବାକୁ ଯୋଜନା କରିଥିଲେ । ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ବଡ଼ଦାଣ୍ଡ ସ୍ଥିତ ନାୟକ ପ୍ଲାଜା ପାଶ୍ୱର୍ ବେହେରା ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗତ ୧ ତାରିଖ ଠାରୁ ଭଡ଼ାରେ ରହିଥିଲେ । ମାସିକ ୨ ହଜାର ଟଙ୍କା ଭଡ଼ା ଦେବା ପାଇଁ ସ୍ଥିର ହୋଇଥିବା ବେଳେ ସିକୁ୍ୟରିଟି ବାବଦରେ ୫ ହଜାର ଟଙ୍କା ଦେଇଥିଲେ ବୋଲି ତ୍ରିଲୋଚନ ଅଭିଯୋଗ କରିଛନ୍ତି ।
ଏତଲାରେ ଉଲ୍ଲେଖ ରହିଛି ଯେ, କିଛି ଦିନ ତଳେ ଘର ମାଲିକଙ୍କ ପତ୍ନୀ ତ୍ରିଲୋଚନଙ୍କୁ ଘର କାମ କରିବାକୁ ୩୦ ହଜାର ଟଙ୍କା ମାଗିଥିଲେ । ପରେ ଘର ଭଡ଼ା ବାବଦରେ ଏହି ଟଙ୍କା କାଟିଦେବେ ବୋଲି କହିଥିଲେ । ହେଲେ ଏତେ ଟଙ୍କା ପାଖରେ ନଥିବା କହିବାରୁ ଘର ମାଲିକଙ୍କ ପତ୍ନୀ ବିଗିଡ଼ି ଯାଇଥିଲେ । ୧୭ ଦିନ ପରେ ଅର୍ଥାତ୍ ଶୁକ୍ରବାର ଏ ନେଇ ଝଗଡ଼ା କରିବା ସହ ବୃଦ୍ଧଙ୍କ ତଣ୍ଟି ଚିପି ଗଳାଧକ୍କା ଦେଇଥିବା ଅଭିଯୋଗ ହୋଇଛି । ପରେ ଘର ଖାଲି କରିବାକୁ କହି ତାଲା ପକାଇ ଦେଇଥିଲେ ମାଲିକ । କିନ୍ତୁ ୫ ହଜାର ଟଙ୍କା ଦେଇଥିବାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ରହି ପାରିବେ ଓ ଏହା ମଧ୍ୟରେ ଅନ୍ୟତ୍ର ଘର ଖୋଜିଲେ ବାହାରିଯିବେ ବୋଲି କହିଥିଲେ ତ୍ରିଲୋଚନ । ଏହାପରେ ଘର ମାଲିକ ତାଙ୍କୁ ପେଟ୍ରୋଲ୍ ପକାଇ ଜାଳିଦେବେ ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ତେଣୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ବୃଦ୍ଧ ତ୍ରିଲୋଚନ ଥାନାରେ ଏତଲା ଦେଇଛନ୍ତି । ଏ ନେଇ ଆଇଆଇସି କୁଳମଣି ସେଠୀ କହିଛନ୍ତି ଯେ, ଅଭିଯୋଗ ଦୁଃଖଦାୟକ । ଏହାର ଅନୁସନ୍ଧାନ କରାଯିବ । ସତ୍ୟତା ଥିଲେ ନିଶ୍ଚିତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons