ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ପାଳିତ ହେଉଛି କାର୍ତ୍ତିକ ମାସ କାଳୀନ ବିଧିବିଧାନ । କାର୍ତ୍ତିକ ନୀତି ଆରମ୍ଭ ଦିନରୁ ମହାପ୍ରଭୁଙ୍କ ସମ୍ମୁଖରେ ଦିବାରାତ୍ର ଜଳୁଛି ଅଖଣ୍ଡ ଦୀପ । ଜୟବିଜୟଦ୍ୱାର ଦୁଇ ପାଶ୍ୱର୍ରେ ୬ ଗୋଟି ଦୀପ ଜଳୁଛି । ବାସେଳି ସାହିସ୍ଥିତ ବଡ଼ ଓଡ଼ିଆ ମଠ ଓ ବାଲିସାହି ସ୍ଥିତ ରାଧାକାନ୍ତ ମଠ ପକ୍ଷରୁ ଏହି ବିଧି ପାଳନ କରାଯାଉଛି । ୫ଶହ ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଏହି ପରମ୍ପରା ପାଳନ । ଠାକୁରଙ୍କ ଭକ୍ତ ଶ୍ରୀଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ସମୟରୁ ଏହି ରୀତି ଅନୁÂିତ ହେଉଅଛି । ମଠଦ୍ୱୟର ଦୁଇଜଣ ବୈଷ୍ଣବ ଅହରହ ଜଗି ରହି ଦୀପ ଜାଳୁଛନ୍ତି । କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ୬ଗୋଟି ଜଳିବ । ଶ୍ରୀମନ୍ଦିର ଶୋଧ ପରେ ମଧ୍ୟ ଏହି ୨ଜଣଙ୍କୁ ଶ୍ରୀମନ୍ଦିରରେ ରହିବାର ଅନୁମତି ମିଳିଛି ।
ଉଭୟ ମଠ ପକ୍ଷରୁ ୩ଟି ଲେଖାଏଁ ଦୀପ ଜଳୁଛି । ଠାକୁରଙ୍କ ପହଡ଼ ପରେ ଜୟବିଜୟଦ୍ୱାର ବନ୍ଦ ହେଉଛି । ନିକଟରେ ଜଗି ରହି ସେମାନେ ଭଲଘିଅରେ ଦୀପ ଜାଳୁଛନ୍ତି । ଶ୍ରୀବଳଭଦ୍ରଙ୍କ ବାଡ଼ ପାଶ୍ୱର୍କୁ ରାଧାକାନ୍ତ ମଠ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ ପଟକୁ ବଡ଼ ଓଡ଼ିଆ ମଠ ଦୀପ ଜାଳୁଛନ୍ତି । ତଳେ ବାଲି ରଖାଯାଇ ମାଟି ପଲମ ରହିଛି । ତାହା ଉପରେ ଦୀପ ଜଳୁଛି । ପୁଣି ଦୀପ ଉପରେ ରଖାଯାଇଛି ଏକ ପଲମ । ସେଥିରେ କଳା ସଂଗ୍ରହ ହେଉଛି । ପ୍ରଥମ ଦିନରେ ଠାକୁରଙ୍କ ଉଦେ୍ଧଶ୍ୟରେ କଳା ସଂଗୃହିତ ହେଉଛି । ଅନ୍ୟ ଦିନର କଳାକୁ ଭକ୍ତମାନେ ସଂଗ୍ରହ କରୁଛନ୍ତି । ଶୂଭ କଳା ବିଶ୍ୱାସରେ ନିଜର ମନୋକାମନା ପୂରଣ ପାଇଁ ବ୍ୟବହାର କରନ୍ତି । କୁହାଯାଏ ପିଲାମାନଙ୍କ ଶରୀରରେ ଏହି କଳା ଲାଗିଲେ ଡ଼ାହାଣୀ, ଚିରୁଗୁଣିଙ୍କ ଭୟ ରହେ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons