ଶ୍ରୀମନ୍ଦିରରେ କୋଭିଡ୍ କଟକଣା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): କୋଭିଡ୍ ସଂକ୍ରମଣ ପୁଣି ଭୟଙ୍କର ରୂପ ନେଇଛି । ଏହାକୁ ରୋକିବାକୁ ପୁଣି ଥରେ ଶ୍ରୀମନ୍ଦିର ଦର୍ଶନରେ କଟକଣା ଲାଗୁ ହୋଇଛି । ଏ ନେଇ ପ୍ରଶାସନ ନୂତନ ମାର୍ଗଦର୍ଶିକା ଆଜି ସନ୍ଧ୍ୟାରେ ଜାରିକରିଛି । ନୂତନ କଟକଣାରେ ଶନିବାର ଓ ରବିବାର ସର୍ବସାଧାରଣ ଦର୍ଶନ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଚଳିତ ଏପ୍ରିଲ ୨୬ ତାରିଖ ଶନିବାରଠାରୁ ଲାଗୁ ହେବ । ମାର୍ଗଦର୍ଶିକା ଜାରି ପୂର୍ବରୁ ପ୍ରଶାସନ ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ବସିଥିଲା । ଶୁକ୍ରବାର ଦିନ ଅନୁÂିତ ଏହି ଭର୍ଚୁଆଲ ବୈଠକରେ ଛତିଶା ନିଯୋଗର ସହମତିକ୍ରମେ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର । ଆସନ୍ତାକାଲି ଭକ୍ତମାନେ ଜଗା ଦର୍ଶନ କରିପାରିବେ ।
ନୂତନ ମାର୍ଗଦର୍ଶିକାରେ ଆହୁରି ଅନେକ କଟକଣାର ସୂଚନା ରହିଛି । ଏପ୍ରିଲ ୧୯ ତାରିଖ ସୋମବାରରୁ ନୂତନ କଟକଣା ଓ ଦର୍ଶନ ମାର୍ଗଦର୍ଶିକା ଲାଗୁ ହେବ । ଶନିବାର ଓ ରବିବାର ସର୍ବସାଧାରଣ ଦର୍ଶନ ବ୍ୟତୀତ ଭକ୍ତଙ୍କ ଦର୍ଶନ ବାହାର କାଠରେ ସୀମିତ ରହିବ । କେବଳ ସେବାୟତମାନେ ଭିତର କାଠରେ ଦର୍ଶନ କରିବେ । ଶ୍ରୀମନ୍ଦିର ଭିତରେ ଆଉ ବାହାରେ ସମସ୍ତେ ମାସ୍କ ପିନ୍ଧିବେ । ମାସ୍କ ନଥିଲେ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ଫାଇନ ବି ପଡିବ । ସେହିଭଳି ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେ ନାହିଁ । ଚାରିଦ୍ୱାର ଏବଂ ଶ୍ରୀମନ୍ଦିର ଭିତରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ହେବ ।
ରାଜ୍ୟ ବାହାରୁ ଆସୁଥିବା ଦର୍ଶନାର୍ଥୀ ଶ୍ରୀମନ୍ଦିର ଦର୍ଶନ ପୂର୍ବରୁ ୯୬ ଘଣ୍ଟା ମଧ୍ୟର କୋଭିଡ୍ ଟେଷ୍ଟ ନେଗେଟିଭ୍ ସାର୍ଟିଫିକେଟ ଦାଖଲ କରିବେ । ତା ନ ହେଲେ ଦୁଇ ଥର କୋଭିଡ୍ ଟିକା ନେଇଥିବାର ପ୍ରମାଣ ଦାଖଲ କରିବେ । ବିନା ପ୍ରମାଣପତ୍ରରେ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ସମସ୍ତ ଦର୍ଶନାର୍ଥୀ ନିଜ ନିଜର ଭୋଟପରିଚୟ ପତ୍ର କିମ୍ବା ଆଧାର କାର୍ଡ ସହ ଶ୍ରୀମନ୍ଦିର ଦର୍ଶନକୁ ଆସିବେ । ଦର୍ଶନ ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଶ୍ରୀମନ୍ଦିର ଭିତରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରିବେ ନାହିଁ । ଶ୍ରୀମନ୍ଦିର ଭିତରକୁ ପଲିଥିନ ଛଡାଯିବନି । ଦେଉଳ ଭିତରେ ପଲିଥିନ ନେଇ ପ୍ରବେଶ କରିଥିବା ଲୋକଙ୍କୁ ଶହେ ଟଙ୍କା ଜରିମନା ଦେବାକୁ ପଡ଼ିବ ।
ଧାଡ଼ିରେ ଭକ୍ତମାନେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ କରିବେ । ଦର୍ଶନାର୍ଥୀ କୌଣସି ମୂର୍ତ୍ତିଙ୍କୁ ଦର୍ଶନ ବେଳେ ଛୁଇଁବେ ନାହିଁ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପରେ ଆନନ୍ଦବଜାରରେ ନିର୍ଦ୍ଧାରିତ ସ୍ଥାନରେ ମହାପ୍ରସାଦ ସେବନ କରି ପାରିବେ । ଦର୍ଶନାର୍ଥୀମାନେ ସିଂହଦ୍ୱାର ଦେଇ ଦର୍ଶନ ପ୍ରବେଶ କରିବା ପରେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସିଂହଦ୍ୱାର ଦେଇ ପ୍ରସ୍ଥାନ ସମ୍ପୂର୍ଣ୍ଣ ମନା ରହିବ । ଜୋତା ତଥା ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜିନିଷ ଘରେ ରହିବ । ଏଠାରେ ଜିନିଷ ରଖିଥିବା ଦର୍ଶନାର୍ଥୀମାନେ ସୁବିଧା ନିମନ୍ତେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବାକୁ ପରାମର୍ଶ ଜାରି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons