ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ବୁଧବାର ଜଣେ ଭକ୍ତ ଗୁରୁତର ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ପାଦରେ ୩ଟି ଷ୍ଟିଚ୍ ପଡ଼ି ଅସ୍ତେ୍ରାପଚାର କରାଯାଇଛି । ଗୁରୁତର ଭକ୍ତ ଜଣକ ବିହାରର ଶୀବଜ୍ ମହାତୋ(୬୭) । କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ଠେଲି ଦେବାରେ ଲୁହା ଫାଟକ ବାଜି ସେ କ୍ଷତାକ୍ତ ହୋଇଥିବା କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଘଟିଛି ଏହି ଅଘଟଣ ।
ଆଜି ଅପରାହ୍ନରେ ଶୀବଜ୍ ତାଙ୍କ ସାଥୀମାନଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥିଲେ । ସାତ ପାହାଚରେ ଗରୁଡ଼ ଖମ୍ବ ପଛ ହୋଇ ନାଟମଣ୍ଡପ ଦେଇ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ । ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଲୁହା ଫାଟକ ପକାଇ ଅଟକା ଯାଇଥିଲା । କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ଲୁହା ଫାଟକ ଠେଲି ଦେବାରେ ତାଙ୍କ ଡାହାଣ ପାଦରେ ଗେଟ୍ ବାଜି କ୍ଷତ ହୋଇଥିବା ଶୀବଜ୍ କହିଛନ୍ତି । ଆହତଙ୍କ ପନôୀ ସରସ୍ୱତୀ କୁହନ୍ତି ଦର୍ଶନ କରିବାକୁ ଯିବା ସମୟରେ ପ୍ରବଳ ଭିଡ଼ ହୋଇଥିଲା । ଆମେ ଦର୍ଶନ ପାଇଁ ଫାଟକ ଡେଇଁ ଚାଲିଯାଇଥିଲା ବେଳେ ସ୍ୱାମୀଙ୍କୁ ଅଟକାଇଥିଲେ । ସୁରକ୍ଷା କର୍ମୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ଛାଡ଼ି ନଥିଲେ । ଗେଟ୍ ଜୋର କରି ପକାଇ ଦେବାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ଗୁରୁତରଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା ।
ସୂଚନା ଥାଉକି ଦର୍ଶନ ଶୃଙ୍ଖଳିତ କରିବା ପାଇଁ ନାଟମଣ୍ଡପରେ ଲୁହା ବ୍ୟାରିକେଡ୍ ଓ ଫାଟକ ବ୍ୟବସ୍ଥା କରାଯାଇଛି । ଉକ୍ତ ଲୁହା ସାମଗ୍ରୀ ବାଜି ଶ୍ରଦ୍ଧାଳୁମାନେ ଆହତ ହେଉଛନ୍ତି ।
Comments are closed, but trackbacks and pingbacks are open.