ପୁରୀ, (ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାର ତପôର । ୪୦ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଚାଲିଛି ମରାମତି । ହେଲେ ପ୍ରତ୍ନତତ୍ତ୍ୱ ବିଭାଗ କେତେ ସଜାଗ, ତାହା କହୁଛି ଅରୁଣ ସ୍ତମ୍ଭର ସ୍ଥିତି । ଅରୁଣ ସ୍ତମ୍ଭର ଉପରିଭାଗରେ ଗଛ ଉଠିଛି । ପ୍ରାୟ ୨ ଫୁଟ ଏକ ଗଛ ପଥର ନିର୍ମାଣକୁ ଫଟାଇବଣି । ହେଲେ କାହାରି ଏଥିପ୍ରତି ଦୃଷ୍ଟି ପଡ଼ିନାହିଁ । ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବାକୁ ବର୍ଷ ବର୍ଷ ଧରି କାର୍ଯ୍ୟରତ ପ୍ରତ୍ନତତ୍ତ୍ୱ ବିଭାଗର ମଧ୍ୟ ଧ୍ୟାନ ପଡ଼ି ନଥିବା ଅଧିକ ଉଦ୍ବେଗର କାରଣ ହୋଇଛି ।
ସିଂହଦ୍ୱାର ସମ୍ମୁଖରେ ଏକ ପଥର ସ୍ତମ୍ଭ ଉପରେ ରହିଛନ୍ତି ଅରୁଣ । ଆଣ୍ଠୁପକାଇ ମହାପ୍ରଭୁଙ୍କୁ ପ୍ରଣିପାତ କରୁଛନ୍ତି । ତିନି ସ୍ତର ଏକ ମଣ୍ଡପ ଉପରେ ଅରୁଣଙ୍କୁ ଆସ୍ଥାନ । ଉକ୍ତ ନିର୍ମାଣ ତଳକୁ ରହିଛି ପଦ୍ମପାଖୁଡ଼ା ଆକୃତିର ନିର୍ମାଣ । ସେହି ନିର୍ମାଣରେ ଉଠିଛି ଗଛ । ଦୂରରୁ ତୁଳସୀ ଗଛଟିଏ ଭଳି ଅନୁମାନ ହେଉଛି । ହେଲେ ତାହା ଯେ ୨ ଫୁଟ ଭଳି ବଢିଯିବ ଆଶ୍ଚର୍ଯ୍ୟ କରୁଛି । ମାସ ମାସ ଧରି ଗଛଟି ବଢୁଥିବା ବେଳେ କାହାର କେମିତି ଦୃଷ୍ଟି ପଡ଼ିଲା ନେଇ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।
୩୩ଫୁଟର ଅରୁଣ ସ୍ତମ୍ଭ ଗୋଟିଏ କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହା ୧୬ କୋଣିଆ ନିର୍ମାଣ । ଖପୁରୀ ଭଳି ଆକାର ପୀଠ ଉପରେ ଅରୁଣ ସ୍ତମ୍ଭ ଦଣ୍ଡାୟମାନ । ପୀଠର ଉଚ୍ଚତା ଭୂମି ଠାରୁ ୩.୫ଫୁଟ ଉଚ୍ଚ । ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଏହି ପୀଠକୁ ସ୍ପର୍ଶ କରି ଶ୍ରଦ୍ଧାଳୁ ମୁଣ୍ଡିଆ ମାରନ୍ତି । ମରହ;ା ରାଜୁତି କାଳରେ ପୁରୀ ଗଜପତି ଦିବ୍ୟସିଂହ ଦେବ କୋଣାର୍କରୁ ଏହି ସ୍ତମ୍ଭଟିକୁ ଆଣି ଏଠାରେ ସ୍ଥାପନ କରିଥିଲେ । ସ୍ତମ୍ଭରେ ଗଛ ଉଠିବାରୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରାଚୀନ ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠିଛି ।
Comments are closed, but trackbacks and pingbacks are open.