ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଘୋଷଣାକୁ କାର୍ୟ୍ୟକାରୀ କରିବାକୁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ଦୋକାନ ଘର ଗୁଡିକୁ ଆଜି ଦିନ ଗୋଟାଏ ସୁଦ୍ଧା ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ନଚେତ୍ ଦୋକାନ ଘର ଗୁଡିକୁ ଭାଙ୍ଗି ଦିଆଯିବ ବୋଲି କୁହଯାଇଛି । ଗତକାଲି ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ଦୋକାନୀ ଓ ମଠର ପରିଚାଳକମାନଙ୍କୁ ବୁଲି ବୁଲି ଏନେଇ ଅବଗତ କରାଇଛନ୍ତି । ପ୍ରାଥମିକ ପର୍ୟାୟରେ ଲଙ୍ଗୁଳି ମଠ ଓ ଏହାର ଦୋକାନ ଘର ଗୁଡିକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି ।ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଓ ଏମାର ମଠ ଚକଡା ଉପରେ ଥିବା ସମସ୍ତ ଦୋକାନ ଘର ଗୁଡିକୁ ଭାଙ୍ଗିବା ପାଇଁ ସୂଚନା ଜାରି କରାଯାଇଛି।
Comments are closed, but trackbacks and pingbacks are open.