ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ନଭେମ୍ବର ୪ତାରିଖ ଆଦେଶଗୁଡିକୁ ଅନୁପାଳନ କରାଯିବ । କୋର୍ଟଙ୍କ ୨୩ଟି ଆଦେଶ କାର୍ଯ୍ୟକାରୀ କରାଯିବ । ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଭଳି କେତେକ ଆଇନଗତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ବାକି ଆଦେଶଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ଅନୁପାଳନ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜାନୁଆରୀ ୪ ତାରିଖରେ ରାଜ୍ୟ ସରକାର ସୁପି୍ରମକୋର୍ଟଙ୍କ ଆଦେଶଗୁଡିକ ଉପରେ କ’ଣ କାର୍ଯ୍ୟାନୁÂାନ ହୋଇଛି (ଏଟିଆର) ଏବଂ କ’ଣ ସବୁ ହେବାକୁ ପ୍ରସ୍ତାବ ରହିଛି, ତାହାର ତଥ୍ୟ ସତ୍ୟପାଠ ଜରିଆରେ ସରକାର ଏବଂ ମନ୍ଦିର ପ୍ରଶାସନ ଦାଖଲ କରିବ । ଏହି କାରଣରୁ ଆଜିର ପରିଚାଳନା କମିଟି ବୈଠକକୁ ଗୁରୁତ୍ୱ ଦିଆଯାଉଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁÂିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପ୍ରିମକୋର୍ଟଙ୍କ ଆଦେଶଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ତାହାର ସବିଶେଷ ରୂପରେଖ ଉପସ୍ଥାପନ କରାଯାଇଥିଲା । ପରିଚାଳନା କମିଟିର କାର୍ଯ୍ୟକାରୀ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍ପି ଉମାଶଙ୍କର ଦାଶଙ୍କ ସମେତ ଅନ୍ୟ ସରକାରୀ ଏବଂ ବେସରକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟପ୍ରଶାସକ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଲିପିବଦ୍ଧ ଥିବା ଭିତର ରତ୍ନଭଣ୍ଡାର ତାଲିକାକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ । ଦାନରେ ମିଳୁଥିବା ସୁନାକୁ ଗୋଲ୍ଡବଣ୍ଡ ଭଳି ଉପାର୍ଜନ ବୃଦ୍ଧି ପ୍ଲନରେ ବିନିଯୋଗ କରାଯିବ । ଆବଶ୍ୟକ ବେଳେ ଏହି ସୁନାକୁ ଉଠାଇ ଆଣିବାର ବ୍ୟବସ୍ଥା ଥିବା ସ୍କିମରେ ବିନିଯୋଗ କରାଯିବ । ଏନେଇ ଫାଇନାନ୍ସ ସବ୍ କମିଟି ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଥିଲେ ।
ସେ କହିଥିଲେ ମହାପ୍ରଭୁଙ୍କ ନାମରେ ଥିବା ୬୦ହଜାର ୪୧୮ଏକର ଜମିରୁ ୩୪,୨୦୦ ଏକର ଜମି ରେକର୍ଡଭୁକ୍ତ ହୋଇସାରିଛି । ବାକି ୨୬,୨୧୮ ଏକର ଜମିର ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ । ଏଥିପାଇଁ ଅତିରିକ୍ତ କର୍ମଚାରୀ ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ । ୨୦୧୮ ଡିସେମ୍ବର ୨୮ ତାରିଖର ନୀତି ବିଶୃଙ୍ଖଳା କରିଥିବା ପାଞ୍ଚ ସେବାୟତଙ୍କୁ ନୋଟିସ ହୋଇଛି । ସେଥିରୁ ଦୁଇ ଜଣ ଜବାବ ଦେଇଛନ୍ତି । ବାକି ତିନି ଜଣ ସେବକ ଡିସେମ୍ବର ୩୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବେ । ଏହା ପରେ ଜାନୁଆରି ଚାରି ତାରିଖରୁ ଘଟଣାର ତଦନ୍ତ କରାଯିବ । ଶ୍ରୀମନ୍ଦିର ନୀତିକୁ ଅଚଳ କରିଥିବା ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ହେବ ।
୬୦ ହଜାର ଦର୍ଶନାର୍ଥୀଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ସୁପି୍ରମକୋର୍ଟ ଆଦେଶ ଦେଇଛନ୍ତି । ବର୍ତ୍ତମାନ ପ୍ରଥମ ଦଫାରେ ଏକ ହଜାର ପ୍ରକୋÂ ବିଶିଷ୍ଟ ଭକ୍ତ ନିବାସ ନିର୍ମାଣ ହେବ । ପର୍ଯ୍ୟାୟ କ୍ରମେ ଅଧିକ ସଂଖ୍ୟକ ଦର୍ଶନାର୍ଥୀ ରହିବା ଭଳି ଧର୍ମଶାଳା ନିର୍ମାଣ ହେବ ।
ନୀତି ଶୃଙ୍ଖଳା ଏବଂ ନୀତି ପରିଚାଳନା ପାଇଁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କଠାରୁ ପରାମର୍ଶ ନିଆଯିବ । ଶୀଘ୍ର ଜଗତଗୁରୁଙ୍କ ପାଖକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଲୋଡିବ । ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି, ପୂଜାପଦ୍ଧତି ଅନୁପାଳନ କରାଯିବ । ଶ୍ରୀମନ୍ଦିରରୁ ବାହାରୁଥିବା ଅଳିଆ ପ୍ରକି୍ରୟାକରଣ କରାଯିବ । ପୁରୀ ସହର ବାହାରେ ଏଥିପାଇଁ ପ୍ରକଳ୍ପ ନିର୍ମାଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ ।
Comments are closed, but trackbacks and pingbacks are open.