ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳିନ ଆଦେଶ ଦେଇଛନ୍ତି । ଶ୍ରୀମନ୍ଦିରର ଦୈନନ୍ଦିନ ନୀତି, ପରିଚାଳନା, ସେବାପୂଜା ତଦାରଖ ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ଅଦାଲତ ଆଦେଶ ଦେଇଛନ୍ତି । ତଦ୍ଧ୍ୱାରା ଶ୍ରୀମନ୍ଦିରର ତଦାରଖ ଚବିଶ ଘଣ୍ଟିଆ ହୋଇପାରିବ । ନୀତି କିମ୍ବା ଅନ୍ୟକିଛି ଅଘଟଣ ଘଟିଲେ ତକ୍ରାଳ ସମାଧାନରେ ସେ ହସ୍ତକ୍ଷେପ କରିପାରିବେ ବୋଲି ଅଦାଲତ ମତ ଦେଇଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଇନ୍ଦିରା ମୁର୍ଖାଜୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ନିଦେ୍ର୍ଧଶ ଦେଇଛନ୍ତି । ମାମଲାରେ ନିଯୁକ୍ତ ଆମିକସ୍ କୁ୍ୟରୀ ରଣଜିତ କୁମାର ଓ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ସହ ବିଭିନ୍ନ ପକ୍ଷ ଜବାବକୁ ଅଧ୍ୟୟନ କରିବା ପରେ ଅନୂ୍ୟନ ୨୨ଟି ପ୍ରସଙ୍ଗ ଉପରେ ମତାମତ ଏବଂ ଆଦେଶ ଜାରି କରିଛନ୍ତି । ଖଣ୍ଡପୀଠ ତାଙ୍କ ଆଦେଶରେ ଦର୍ଶାଇଛନ୍ତି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମାପ ଭୂସମ୍ପତ୍ତି ରହିଛି । ଏହା ଶ୍ରୀମନ୍ଦିର ପରିଚାଳନା ଓ ଉପାର୍ଜନ ବୃଦ୍ଧିରେ ବେଶ୍ ସହାୟକ ହେବ । ଏହି ଭୂସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକାକୁ ଅଦାଲତରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି ।
ସେହିଭଳି ଶ୍ରୀମନ୍ଦିର ସେବାପୂଜା, ରୀତିନୀତି ପ୍ରଚଳିତ ପୁରାତନ ପରମ୍ପରା ମୁତାବକ ସମ୍ପନ୍ନ ହେବ । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ୟକ୍ଷ ଭାବେ ତଦାରଖ କରିବ ବୋଲି ଅଦାଲତ ଆଦେଶରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର କିମ୍ବା ଅଦାଲତ ଶ୍ରୀମନ୍ଦିର ନୀତି ସମ୍ପାଦନରେ ହସ୍ତକ୍ଷେପ କରିବେ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ତତ୍ତ୍ୱାବଧାନରେ ମହାପ୍ରଭୁ ନୀତି ପରମ୍ପରା ମୁତାବକ କରିବାକୁ ଆଦେଶ ରହିଛି ।
ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ ସୁରକ୍ଷା ଦିଆଯାଉ । ପକେଟମାର, ଚୋରି, ଆକ୍ରମଣ ଓ ବିଶୃଙ୍ଖଳା ଆଦିକୁ ସୁଧାରିବାକୁ ଦୃଢ଼ କାର୍ଯ୍ୟାନୁÂାନ ଜରୁରି । ଶ୍ରୀମନ୍ଦିର ଭିତରେ ମହିଳାଙ୍କ ସୁରକ୍ଷା, ପରିମଳ ଏବଂ ପାନୀୟ ଜଳ ବ୍ୟବସ୍ଥାକୁ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ସେବକଙ୍କ ଅସହଯୋଗରୁ ହେଉଛି । ଏହାର ନିରାକରଣ ପାଇଁ ନୀତି ବନ୍ଦ କିମ୍ବା ନୀତି ପାଳନରେ ଅସହଯୋଗ କରୁଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁÂାନ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ମଧ୍ୟବର୍ତ୍ତୀକାଳିନ ଆଦେଶ ଜାରି କରିବା ବେଳେ ଅଦାଲତ ୨୦୧୮ ଡିସେମ୍ବର ଶେଷ ସପ୍ତାହରେ ଘଟିଥିବା ବିଭ୍ରାଟକୁ ଉଲ୍ଲେଖ କରିଥିଲେ । ସେବାୟତମାନେ ନୀତି ପାଳନରେ ଅସହଯୋଗ କରିବାରୁ ମହାପ୍ରଭୁଙ୍କ ଦ୍ୱାରଫିଟା ଏବଂ ନୀତି ସମ୍ପାଦନ ୧୨ ଘଣ୍ଟା କାଳ ବନ୍ଦ ରହିବା ଘଟଣାକୁ ନେଇ ଖଣ୍ଡପୀଠ କ୍ଷୋଭ ପ୍ରକାଶ କରିଥିଲେ । ଏହି ଉଦାହରଣ ଦେଇ ଅଦାଲତ ନୀତି ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ଏହା ବ୍ୟତୀତ ପୁରୀରେ ଅନୂ୍ୟନ ୬୦ ହଜାର ଭକ୍ତଙ୍କ ରହଣି ଏବଂ ବିଶ୍ରାମ ପାଇଁ ପ୍ରଶାସନ ସ୍ଥାୟୀ ବ୍ୟବସ୍ଥା କରିବା, ପୁରୀର ନାଳ ନର୍ଦ୍ଧମା ପାଣି, ମଇଳା ବିଶୋଧନ ପାଇଁ ଟ୍ରିଟ୍ମେଣ୍ଟ ପ୍ଳାଣ୍ଟ ପ୍ରତିÂା, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ ସ୍କୁଲ ଖୋଲିବାକୁ ଅଦାଲତ ଆଦେଶ ଦେଇଛନ୍ତି । ଅଦାଲତ ସ୍କୁଲ ଖୋଲିବାକୁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଥିବାର ଖବର ମିଳିଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏକ ମାମଲାରେ ଜରିମାନା ଆକାରରେ ସୁପ୍ରିମକୋର୍ଟକୁ ୬ କୋଟି ଅର୍ଥ ପ୍ରଦାନ କରିବ । ଏହି ଅର୍ଥକୁ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ଓ ରାଜ୍ୟ ସରକାର ଏହି ଅର୍ଥରେ ଏକ ସ୍କୁଲ ନିର୍ମାଣ କରିବାକୁ ଖଣ୍ଡପୀଠ ନିଦେ୍ର୍ଧଶ ଦେଇଛନ୍ତି ।
ଆଜିର ଶୁଣାଣିବେଳେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା, ଶ୍ରୀମନ୍ଦିର ପ୍ରଶାସନର ଓକିଲ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସେବାୟତ ପ୍ରତିନିଧିମାନେ ଅଦାଲତଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ମାସରେ ହେବା ଆଶା କରାଯାଉଛି ।
Comments are closed, but trackbacks and pingbacks are open.