ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଛି ଗୁରୁ ନାନକ ପନ୍ଥୀଙ୍କ ମଙ୍ଗୁମଠ । ଦୋଳମଣ୍ଡପ ସାହି ସିଂହଦ୍ୱାର ସାମ୍ନା ଏମାର ମଠକୁ ଲାଗିରହିଛି ଏହି ପ୍ରାଚୀନ ମଠ । ଏହି ମଠକୁ ଭାଙ୍ଗିବାକୁ ପ୍ରଶାସନ ଆଜି ସବୁଜସଙ୍କେତ ଦେଇଛି । ମଠର ଇଲାକାକୁ ମାପଚୁପ କରାଯାଇଛି । ତିନିଜଣ ସରକାରୀ ଅଫିସରଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ସମ୍ପୂର୍ଣ୍ଣ ମଠ ୩୦ ଡେସିମିଲ ବା ପାଖାପାଖି ୧୨ ହଜାର ଫୁଟ ବର୍ଗଫୁଟ ଉପରେ ଠିଆ ହୋଇଛି । ଏହି ଦୁଇତାଲା ମଠରେ ରହିଛି ୨୧ଟି ଦୋକାନ ଏବଂ ଅନୁଗାମୀଙ୍କ ପାଇଁ ରହିଛି ୨୧ଟି ପ୍ରକୋÂ । ମଠ କଡ଼ରେ ଥିବା ନବାତ ଗଳି ଠାରୁ ୧୦ ମିଟର ପଛକୁ ରହିଛି ମଠ ପରିସୀମା । ନବାତ ଖାନା ଗଳିକୁ ମିଶାଇ ପ୍ରଶାସନ ଉଚ୍ଛେଦ କରିବାକୁ ସୋମବାର ମଠ ମହନ୍ତଙ୍କୁ ପ୍ରଶାସନ ପ୍ରାକ୍ ସୂଚନା ଦେଇ ଫେରିଛି ।
ସନ୍ଧ୍ୟା ସୁଦ୍ଧା ମଠର ସରଜମିନ ମାପଚୁପ ଶେଷ ହୋଇଛି । ରେକର୍ଡ କହୁଛି ଗୁରୁ ନାନକଙ୍କ ପୁତ୍ର ଶ୍ରୀଚନ୍ଦ୍ର ଉଦାସୀନ ସମ୍ପ୍ରଦାୟ ମହନ୍ତ ୧୫୨୫ ମସିହାରେ ଏହି ମଠ ପ୍ରତିÂା କରିଥିଲେ । ସିଂହଦ୍ୱାର ସାମ୍ନାରେ ମହନ୍ତ ସନ୍ଥ ଚନ୍ଦ୍ର ପ୍ରଥମେ ଛତା ପକାଇ ମଠ ଆରମ୍ଭ କରିଥିଲେ । ବାରଜଣ ମହନ୍ତଙ୍କ ଏହା ପରେ ୧୭୨୨ ମସିହାରେ ମହନ୍ତ ମଙ୍ଗୁ ଦାସ ବର୍ତ୍ତମାନର ମଠ ନିର୍ମାଣ କରିଥିଲେ । ମହନ୍ତଙ୍କ ଗାଦି ଘରରେ ଏବେ ମଠର ଜଗମୋହନ ରୂପେ ବ୍ୟବହାର ହୋଉଛି । ବର୍ତ୍ତମାନ ଦ୍ୱିତୀୟ ମହଲାରେ ମହନ୍ତଙ୍କ ଗାଦି ଘର ରହିଛି । ମଠରେ ଭକ୍ତ ନିବାସରେ ୨୦ଟି ଭକ୍ତ ନିବାସ ଏବଂ ୨୧ଟି ଦୋକାନ ରହିଛି । ମଠ ମନ୍ଦିରରେ ପୂଜା ପାଉଛନ୍ତି ପତିତପାବନ । ମଠର ନିଜସ୍ୱ ମନ୍ଦିର ଆାସ୍ଥାନରେ ବିଜେ କରିଛନ୍ତି ଉଦାସୀନ ସମ୍ପ୍ରଦାୟର ସନ୍ଥ ଶ୍ରୀଚନ୍ଦ୍ର ଗୁରୁ, ଶ୍ରୀକୃଷ୍ଣ, ହନୁମାନ, ଶ୍ରୀଲକ୍ଷ୍ମୀ, ଗଣେଶ ଆଦି ଦେବତା । ମଠର ମନ୍ଦିର ୨୦୧୩ରେ ନିର୍ମାଣ ଶେଷ ହୋଇଥିଲା । ଶ୍ରୀପଞ୍ଚମୀ ଦିନ ମଠ ମହନ୍ତ ବୈଦ୍ୟନାଥ ଦାସ ଏବର ମନ୍ଦିରକୁ ପ୍ରତିÂା କରିଥିଲେ ।
ମଙ୍ଗୁ ମଠର ବର୍ତ୍ତମାନର ମହନ୍ତ ହେଉଛନ୍ତି ପୂର୍ବ ମହନ୍ତ ବୈଦ୍ୟନାଥ ଦାସଙ୍କ ଶିଷ୍ୟ ଭବାନୀ ଶଙ୍କର ଦାସ । ମହନ୍ତ ଭବାନୀ ଶଙ୍କର ଦାସ କହିଛନ୍ତି ପ୍ରଶାସନ ମଠକୁ ଅନେକ ପ୍ରତିଶ୍ରୁତି ଦେଇଛି । ମାପ କରିବା ପରେ ସବ୍ କଲେକ୍ଟର କହିଥିଲେ ମଠର ମନ୍ଦିର, ମଠ ମହନ୍ତଙ୍କ ଗାଦିକୁ ଉଚ୍ଛେଦ କରାଯିବ ନାହିଁ । ମଠର ପୂଜାସ୍ଥାନ ଏବଂ ମନ୍ଦିର ଆସ୍ଥାନକୁ ମିଶାଇ ୧୨ ହଜାର ବର୍ଗଫୁଟ ଇଲାକାରେ ମଠ ଠିଆ ହୋଇଛି । ମଠରେ ରହିଛି ୨୧ଟି ଦୋକାନ ଏବଂ ଭକ୍ତ ତଥା ଅନୁଗାମୀ ସନ୍ଥଙ୍କ ପାଇଁ ରହିଛି ୨୦ଟି ପ୍ରକୋÂ । ମଠ ମହନ୍ତଙ୍କ ଗାଦି ନୂତନ କୋଠାକୁ ଦେଖିବା ପରେ ପ୍ରଶାସନ ସୁରକ୍ଷା ପ୍ରସ୍ତାବ ଦେବ । ବର୍ତ୍ତମାନର ମଠ ମହନ୍ତ, ମଠ ଅନୁଗାମୀ ଓ କର୍ମଚାରୀଙ୍କ ପାଇଁ ଭକ୍ତ ନିବାସରେ ପାଞ୍ଚଟି ପ୍ରକୋÂ ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି ।
ମଙ୍ଗୁ ମଠ ମହନ୍ତଙ୍କ ପ୍ରତିକି୍ରୟାରୁ ସୂଚନା ମିଳିଛି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକି୍ରୟାକୁ ପ୍ରଶାସନ ସହ ସମ୍ପୂର୍ଣ୍ଣ ସହଯୋଗ କରିବେ ମହନ୍ତ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ଦୋଳମଣ୍ଡପ ସାହି ରାସ୍ତା କଡରେ ରହିଥିବା ମଙ୍ଗୁ ମଠକୁ କେତେବେଳେ ଭଙ୍ଗାଯିବ ତାହାର କୌଣସି ସୂଚନା ପ୍ରଶାସନ ସୋମବାର ସନ୍ଧ୍ୟା ସୁଦ୍ଧା ଦେଇ ନ ଥିବା ମଠ ସୂତ୍ରରୁ ଜଣାପଡ଼ିଛି । ରଥଯାତ୍ରା ତଥା ଶ୍ରୀମନ୍ଦିରରେ ବିଭିନ୍ନ ଯାନିଯାତ୍ରା ବେଳେ ଉଦାସୀନ ସଂପ୍ରଦାୟର ସନ୍ଥମାନେ ମଠରେ ଅବସ୍ଥାନ କରିଥାନ୍ତି । ଅନ୍ୟ ସମୟରେ ଭକ୍ତମାନେ ମଧ୍ୟ ମଠର ଭକ୍ତ ନିବାସରେ ରିଥାନ୍ତି । ଏହି ମଠକୁ ଭାଙ୍ଗିବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.