କଲମ୍ବୋ: ନ୍ୟୁଜିଲାଣ୍ଡ ବିପକ୍ଷ ଆସନ୍ତା ଘରୋଇ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ପାଇଁ ଶ୍ରୀଲଙ୍କା ବୋର୍ଡ଼ ୧୫ଜଣିଆ ଜାତୀୟ ଦଳ ଘୋଷଣା କରିଛି । ପୂର୍ବତନ ଅଧିନାୟକ ଦିନେଶ ଚଣ୍ଡିମଲ ଓ ଆଞ୍ଜେଲୋ ମାଥ୍ୟୁସ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସନ୍ତା ୧୪ ତାରିଖରୁ ଗାଲେରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଖେଳାଯିବ । ନ୍ୟୁଜିଲାଣ୍ଡ ସିରିଜ୍ ସହ ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଦଳରେ ଉଭୟ ସିନିୟର ଓ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି । ଚଣ୍ଡୀମଲ ପୂର୍ବରୁ ଖରାପ ଫର୍ମ ପାଇଁ ଶ୍ରୀଲଙ୍କାର ଦକ୍ଷିଣ ଆଫ୍ରିକା ଗସ୍ତରୁ ଏବଂ ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଥିଲେ । ସେ ୬ମାସ ପରେ ଜାତୀୟ ଦଳକୁ ଫେରିଛନ୍ତି । ସେହିପରି ମାଥ୍ୟୁସ ଜଙ୍ଘଜନିତ ଆହତ ସମସ୍ୟା ପାଇଁ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ଓହରିଯାଇଥିଲେ । ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ନିଲମ୍ବିତ ହୋଇଥିବା ଅକିଲା ଧନଞ୍ଜୟ ଦଳକୁ ଫେରିଛନ୍ତି । ଆଇସିସି ଅଧିନରେ ସେ ବୋଲିଂ ପରୀକ୍ଷା ଦେବା ସହ କ୍ଲିନ୍ଚିଟ୍ ପାଇଥିଲେ ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚଣ୍ଡିମଲ, ଲାହିରୁ ଥିରିମାନେ, କୁଶଲ ମେଣ୍ଡିସ୍, କୁଶଲ ପେରେରା, ନିରୋସାନ ଡିକ୍ୱେଲା, ଧନଞ୍ଜୟ ଡି ସିଲ୍ଭା, ଅକିଲା ଧନଞ୍ଜୟ, ଲସିଥ୍ ଏମ୍ବୁଲେନିୟା, ସୁରଙ୍ଗ ଲାକମଲ, ଲାହିରୁ କୁମାରା, ଓଶାଡ଼ ଫର୍ଣ୍ଣାଣ୍ଡୋ, ଲକ୍ଷଣ ସାନ୍ଦକନ, ବିଶ୍ୱ ଫର୍ଣ୍ଣାଣ୍ଡୋ ।
Comments are closed, but trackbacks and pingbacks are open.