ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଦକଦ୍ରବ୍ୟ ମନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଦକଦ୍ରବ୍ୟ ସେବନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ମନ୍ଦିର ପ୍ରଶାସନ । ବେଢ଼ାକୁ ପାନ, ଗୁଟୁଖା, ସିଗାରେଟ, ବିଡିÿ, ଗଞ୍ଜେଇ, ମଦ ଆଦି ନେଲେ କିମ୍ବା ସେବନ କଲେ ଏଥର ଜରିମାନା ଗଣିବାକୁ ପଡ଼ିବ । ଏ ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଇସ୍ତାହାର ଜାରି ହୋଇଛି । ସମସ୍ତ ସେବାୟତ ନିଯୋଗ ସମେତ ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି । ଆସନ୍ତା ୧୫ ତାରିଖ ଠାରୁ ଏହି ନିୟମ କଡ଼ାକଡ଼ି ଲାଗୁ କରାଯିବ ବୋଲି ଚେତାଇ ଦେଇଛି ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନ, ଗୁଟୁଖା ଆଦି ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ପାନ ଛେପ ବିଭିନ୍ନ ସ୍ଥାନରେ ପକାଉଛନ୍ତି । ମନ୍ଦିରର ପରିବେଶ ନଷ୍ଟ ହେଉଛି । ଏହା ଦେଖି ଭକ୍ତ ଓ ପର୍ଯ୍ୟଟକମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଏହି କୁଅଭ୍ୟାସକୁ ମନ୍ଦିରରୁ ଲୋପ କରିବା ପାଇଁ ପୂର୍ବରୁ ଅନେକବାର ମନ୍ଦିର ପ୍ରଶାସନ ତାଗିଦ କରି ଆସୁଥିଲା । କିନ୍ତୁ କେହି ମାନୁ ନଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡରେ ଏ ସମ୍ପର୍କିତ ଆଲୋଚନା ହୋଇ ଉପଯୁକ୍ତ ନିଦେ୍ର୍ଧଶ ପ୍ରଦାନ ନିମନ୍ତେ ଦେବୋତ୍ତର କମିଶନରଙ୍କ ନିକଟକୁ ଚିଠି ଦିଆଯାଇଥିଲା । ତଦନୁଯାୟୀ ଦେବୋତ୍ତର କମିଶନର ଶ୍ରୀଲିଙ୍ଗରାଜ ମନ୍ଦିରରୁ ମାଦକଦ୍ରବ୍ୟ ମୁକ୍ତ କରିବା ଲାଗି କଡ଼ା ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିଦେ୍ର୍ଧଶ ଦେଇଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ଏଥି ସମ୍ପର୍କିତ ଇସ୍ତାହାର ଶ୍ରୀଜିଉଙ୍କ ପ୍ରମୁଖ ସେବାୟତ ମଣ୍ଡଳୀ ଭାବେ ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା ଓ ସମର୍ଥା ନିଯୋଗର ସଭାପତିଙ୍କ ଅବଗତି ନିମନ୍ତେ ପଠା ଯାଇଛି । ମାଦକ ଦ୍ରବ୍ୟ ଭଳି ବିଷାକ୍ତ ପଦାର୍ଥକୁ ବର୍ଜନ କରି ନିଜର ସ୍ୱାସ୍ଥ୍ୟକୁ ଭଲ ରଖିବା ସହିତ ମନ୍ଦିର ପରିବେଶକୁ ସରସ ସୁନ୍ଦର କରି ରଖିବା ଲାଗି ମନ୍ଦିର ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons