ଶ୍ରେÂ ୧୦ରେ ଓଡ଼ିଶାର ୬ ଜିଲ୍ଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୌଳିକ ଭିତ୍ତିଭୂମି ସଜାଡ଼ିବାରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଉତ୍ତମ ରହିଛି । ନୀତି ଆୟୋଗ ଡେଲ୍ଟା ର୍ୟାଙ୍କିଙ୍ଗ୍ର ମୌଳିକ ଭିତ୍ତିଭୂମି ମାନଦଣ୍ଡର ଭାରତର ଶ୍ରେÂ ୧୦ ସ୍ଥାନରେ ଅଛନ୍ତି ଓଡ଼ିଶାର ୬ ଆକାଂକ୍ଷୀ ଜିଲ୍ଲା ।
ନୀତି ଆୟୋଗ ପକ୍ଷରୁ ୨୦୧୯ ଡିସେମ୍ବର ମାସ ପାଇଁ ପ୍ରକାଶିତ ଡେଲ୍ଟା ର୍ୟାଙ୍କିଙ୍ଗ୍ କହୁଛି, ଭିତ୍ତିଭୂମି ମାନଦଣ୍ଡରେ ଓଡ଼ିଶାର ଗଜପତି ଜିଲ୍ଲାର ସ୍କୋର ୭.୨ ବଢ଼ିଛି । ଏଥିସହ ଗଜପତି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ସର୍ବାଧିକ ୧୬.୫ ସ୍କୋର ସୁଧାର ଆଣି ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ ଜିଲ୍ଲା ପ୍ରଥମ ସ୍ଥାନ ପାଇଛି । ଉତ୍ତର ପ୍ରଦେଶର ଆକାଂକ୍ଷୀ ଜିଲ୍ଲା ଚନେ୍ଦøଲି, ଚିତ୍ରକୁଟ ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଯଥାକ୍ରମେ ୪.୩ ଓ ୪.୧ ସ୍କୋର ସୁଧାର ଆଣି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଅପରପକ୍ଷରେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ନୀତି ଆୟୋଗ ଡେଲ୍ଟା ର୍ୟାଙ୍କିଙ୍ଗ୍ର ମୌଳିକ ଭିତ୍ତିଭୂମି ସ୍କୋରରେ ୪.୧ଧ ସୁଧାର ଆଣି ପଞ୍ଚମ ସ୍ଥାନରେ ରହିଛି । ଏହାପଛକୁ ୨.୫ ସ୍କୋର ସୁଧାର ସହ ରାଜ୍ୟର କଳାହାଣ୍ଡି ଜିଲ୍ଲା ଷÂ ସ୍ଥାନରେ ଥିଲା ବେଳେ ୨.୪ ଅଧିକ ସ୍କୋର ସହ ନବରଙ୍ଗପୁର ସପ୍ତମ ସ୍ଥାନରେ ରହିଛି । ସେହିଭଳି ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ମୌଳିକ ଭିତ୍ତିଭୂମି ସ୍କୋର ୨.୪ ସୁଧାର ଆସି ଅଷ୍ଟମ ସ୍ଥାନ ହାସଲ କରିଥିବା ବେଳେ କୋରାପୁଟ ନବମ ସ୍ଥାନରେ ରହିଛି । କୋରାପୁଟର ସ୍କୋରରେ ୨.୧ ସୁଧାର ଆସିଛି ।
ସୂଚନା ଥାଉକି, ୨୦୧୯ ନଭେମ୍ବର ମାସ ଡେଲ୍ଟା ର୍ୟାଙ୍କିଙ୍ଗ୍ର ଭିତ୍ତିଭୂମି ମାନଦଣ୍ଡରେ ଓଡ଼ିଶାର ୪ଟି ଆକାଂକ୍ଷୀ ଜିଲ୍ଲା ସ୍ଥାନିତ ହୋଇଥିଲା । ଏ ମାସରେ ନୂଆପଡ଼ା ଜିଲ୍ଲା ମୌଳିକ ଭିତ୍ତିଭୂମି ସଜାଡ଼ିବାରେ ପ୍ରଥମ ସ୍ଥାନରେ ଥିଲା ବେଳେ ନବରଙ୍ଗପୁର ଦ୍ୱିତୀୟ, କନ୍ଧମାଳ ସପ୍ତମ ଓ ରାୟଗଡ଼ା ଅଷ୍ଟମ ସ୍ଥାନରେ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons