ଷଡ଼ଯନ୍ତ୍ର କରିଥିଲେ ଧରମପୁଅ, ତା’ ସାଙ୍ଗ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ହାଇଦରକୁ ଫେରାର୍ କରାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ସାକାର କରାଇଥିଲେ ତା’ ଧରମପୁଅ ମହମ୍ମଦ ଇମ୍ତିଆଜ୍ ଓ ତା’ର ସାଙ୍ଗ ସେକ୍ ଇବ୍ରାହିମ୍ ଓରଫ ଚିକୁ । ଫେରାର୍ ଯୋଜନା ନେଇ ହେଉଥିବା ବୈଠକ ପରିଚାଳନା ବି ଏହି ଦୁହେଁ କରୁଥିଲେ । ପୂର୍ବରୁ ହୋଇଥିବା ଫେରାର୍ ବ୍ଲୁ ପ୍ରିଣ୍ଟ୍ର ପ୍ରତ୍ୟେକଟି ଯୋଜନାକୁ ଦୁଇ ସାଙ୍ଗ ରୂପ ଦେଉଥିଲେ । ଏପରିକି ଗ୍ୟାଙ୍ଗ୍ର ପୁରୁଣା ଏଜେଣ୍ଟ୍ଙ୍କ ସମେତ ହାଇଦର୍ର ପୁଅ, ପୁତୁରା, ଶଳା ଓ ଭିଣୋଇ ଆଦି ସଂପର୍କୀୟଙ୍କୁ ଏହି ଦୁଇ ସାଙ୍ଗ ସମସ୍ତ ଦାୟିତ୍ୱ ମଧ୍ୟ ବାଣ୍ଟିଥିଲେ । ଏହି କ୍ରମରେ ୧୦ ତାରିଖ ସନ୍ଧ୍ୟାରେ ଦୁହେଁ ଅତି ସତର୍କତାର ସହିତ ହାଇଦରକୁ ଏସ୍ସିବିରୁ ଫେରାର୍ ମଧ୍ୟ କରାଇ ନେଇଥିଲେ ।

  • କଟକ ପୁଲିସ ହାବୁଡେ଼ ପଡ଼ିଥିବା ହାଇଦର୍କୁ ପ୍ରାଥମିକ ଜେରାରୁ ମିଳିଛି ଏଭଳି ଗୁମର । ହାଇଦର୍କୁ ଖସାଇ ନେବାକୁ ସମ୍ବଲପୁର ଜେଲ୍ରେ ହିଁ ପ୍ରାୟ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର, ଯାହାକୁ କାର୍ଯ୍ୟକାରୀ କରାଗଲା ଏସ୍ସିବିରେ । ଖାସ୍ ଏହି ଷଡ଼ଯନ୍ତ୍ରକୁ ସଫଳ କରାଇବା ପାଇଁ ହିଁ ବିଗତ ୩ ମାସ ଭିତରେ ତୃତୀୟ ଥର ପାଇଁ ହାଇଦର୍ ଆସିଥିଲା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ବାହାନାରେ । ପୂର୍ବ ଦୁଇ ଥର ଆସିବା ଭିତରେ ରେକି କରାଯାଇଥିଲା, ଏଜେଣ୍ଟ୍ମାନଙ୍କ ସହ ଯୋଗାଯୋଗ କରାଯାଇ ପଳାୟନର ପଥ ପରିଷ୍କାର କରାଯାଇଥିଲା । ତୃତୀୟ ଥର ଗତ ମାର୍ଚ୍ଚ ୨୩ରେ ହାଇଦର୍ ଆସି ସର୍ଜରୀ କ୍ୟାବିନ୍ରେ ରହିବା ପରେ ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା । ଯାହାକୁ ରୂପ ଦେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଯୋବ୍ରା ଅଞ୍ଚଳରେ ରହୁଥିବା ଧରମପୁଅ ହମ୍ମମଦ୍ ଇମ୍ତିଆଜ୍ ଓ ତାର ସାଙ୍ଗ ସେକ୍ ଇବ୍ରାହିମ୍ ।
    ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦ୍ ଉପକଣ୍ଠ ଜହିରାବାଦ୍ରୁ ହାଇଦରକୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ରାତି ପ୍ରାୟ ୧୦ଟା ବେଳେ ହାଜର କରାଯାଇଥିଲା । ସେଠାରେ କଟକ ପୁଲିସ ଆବେଦନ କରିଥିବା ଟ୍ରାନ୍ଜିଟ୍ ରିମାଣ୍ଡକୁ କୋର୍ଟ ଗ୍ରହଣ କରିଥିଲେ । ଏହା ପରେ ଆଜି ସକାଳେ ହାଇଦରକୁ ଫ୍ଲାଇଟ୍ରେ ଭୁବନେଶ୍ୱର ଅଣାଯାଇଥିଲା । ପରେ ତାକୁ କଡ଼ା ସୁରକ୍ଷା ବଳୟରେ କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସନ୍ଧ୍ୟାରେ କଟକ ସିଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ (ଜେଏମ୍ଏଫ୍ସି)ଙ୍କ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ତାର ଧରମପୁଅ ମହମ୍ମଦ ଇମ୍ତିଆଜ୍ ଓ ତାର ସାଙ୍ଗ ସେକ୍ ଇବ୍ରାହିମ୍କୁ ମଧ୍ୟ ହାଜର କରାଯାଇଥିଲା । ଦୀର୍ଘ ସମୟ କୋର୍ଟରେ ଶୁଣାଣି ଚାଲିଥିଲା । ହାଜର ପରେ କଟକ ପୁଲିସ ହାଇଦରକୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । କୋର୍ଟ ଏହାର ବିଚାର କରି ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଶନିବାର ସକାଳୁ ଏହି ରିମାଣ୍ଡ ଆରମ୍ଭ ହେବ । ଏହା ମଧ୍ୟରେ କୋର୍ଟରୁ ବାହାରିବା ପରେ ହାଇଦରକୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଛି । ଆସନ୍ତା କାଲିଠାରୁ ମଙ୍ଗଳାବାଗ ଥାନା ପୁଲିସ ଚୌଦ୍ୱାର ଜେଲ୍ରୁ ହାଇଦରକୁ ଆଣି ଜେରା ଆରମ୍ଭ କରିବ ।
    ହାଇଦରକୁ ରିମାଣ୍ଡରେ ନେବା ପରେ ତା ଫେରାର୍ ପଛର ଷଡ଼ଯନ୍ତ୍ରର ରହସ୍ୟ ଖୋଲିବ ବୋଲି ପୁଲିସ ଆଶା କରୁଛି । ଖାସ୍ କରି କେବେଠାରୁ ଏହି ଷଡ଼ଯନ୍ତ୍ର ରଚାଗଲା ଓ ଏହାକୁ କିପରି କାର୍ଯ୍ୟକାରୀ କରାଗଲା ତାହାକୁ ପୃÂା ପରେ ପୃÂା ପୁଲିସ ଖୋଲିବ । ଯେଉଁମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ ଓ ପରେ ହାଇଦରକୁ ଫେରାର୍ କରିବାରେ ସହଯୋଗ କଲେ ସେମାନଙ୍କର ପରିଚୟ ବାହାର କରି ସମସ୍ତଙ୍କୁ ବାନ୍ଧିବ । ଏଯାବତ ପୁଲିସ ତାର ୬ ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ଯେଉଁଥିରେ ୩ ଜଣ ମହିଳା ମଧ୍ୟ ଅଛନ୍ତି । ଏହି ଅଭିଯୁକ୍ତମାନଙ୍କର କ’ଣ ଭୂମିକା ରହିଥିଲା ତାହା ଏବେ ତଦନ୍ତ ପରିସରରେ ଅଛି ବୋଲି ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏପରିକି ଯେଉଁ କାର୍ ଚାଳକ ଏହି ଫେରାର୍ ଘଟଣାରେ ସଂପୃକ୍ତ ଅଛି ତା ବିରୋଧରେ ମଧ୍ୟ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସିପି କହିଛନ୍ତି । ତେବେ ଅନୁମାନ କରାଯାଉଛି, ଷଡ଼ଯନ୍ତ୍ରର ଗୁମର ଫିଟାଇବା ପୁଲିସ ପକ୍ଷରେ ଏତେଟା ସହଜ ହେବନି । କାରଣ ହାଇଦର ପେସାଦାର ଅପରାଧୀ । ରିମାଣ୍ଡ ବେଳେ ଯେ ସେ ସବୁ କଥା ସତ ମାନିବ ତାହା ଆଶା କରିବା ମୁସ୍କିଲ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons