ଅମାନିଆଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ପଠାଇଲା ପ୍ରଶାସନ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ଅମାନିଆ ପ୍ରବାସୀ । କ୍ୱାରେଣ୍ଟାଇନ୍କୁ ନ ଯାଇ ଆଶା କର୍ମୀଙ୍କୁ ଦୁବ୍ୟବହାର କରି ବସ୍ତି ଭିତରକୁ ଚାଲିଗଲେ । ଆଜି (ବୁଧବାର) ଏପରି ଅଭିଯୋଗ ପାରାଦୀପ ଅଞ୍ଚଳରୁ ଆସିଛି । ପ୍ରବାସୀଙ୍କ ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁÂାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଆଜି (ବୁଧବାର) ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶରୁ ଦୁଇଟି ପିକ୍ଅପ୍ ଭ୍ୟାନ୍ରେ ୪୦ରୁ ୫୦ ପ୍ରବାସୀ ଓଡ଼ିଶା ଆସିଥିଲେ । ସେମାନେ ପାରାଦୀପ ଦୁର୍ଗା ମଣ୍ଡପ ପାଖରେ ଓହ୍ଲାଇ ଥିଲେ । ଏ ସମ୍ପର୍କରେ ଆଶା କର୍ମୀ ସାବିତ୍ରୀ ସ୍ୱାଇଁ ଜାଣିପାରି ସେମାନଙ୍କୁ ଅଟକାଇଥିଲା । ମେଡିକାଲ ଟିମ୍ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କେଉଁଠି ରହିବ ସ୍ଥିର ହେବ ବୋଲି ଆଶା କର୍ମୀ କହିଥିଲେ । ମାତ୍ର ତାଙ୍କ କଥାକୁ କେହି ଶୁଣିନଥିଲେ । ବରଂ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏହାପରୋ ପ୍ରବାସୀମାନେ ଅଧା କିମି ଦୂର ଷଣ୍ଢକୁଦ ବସ୍ତିକୁ ଚାଲି ଯାଇଥିଲେ । ସେଠାରେ ସମସ୍ତେ ଆତ୍ମଗୋପନ କରିଛନ୍ତି । ଯାହାକୁ ନେଇ ବସ୍ତିରେ ଭୟର ବାତାବରଣ ଖେଳି ଯାଇଛି । ବସ୍ତିବାସିନ୍ଦା ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରବାସୀମାନେ ଆଶା କର୍ମୀଙ୍କୁ ଧକ୍କା ମାରିଥିବା ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏପରିକି ସେମାନଙ୍କର ଉଚ୍ଚ ପଦସ୍ଥ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଘଟଣା ପ୍ରଘଟ ହେବା ପରେ ମେରାଇନ୍ ଥାନା ପୋଲିସ ବସ୍ତି ଅଞ୍ଚଳରେ ପାଟ୍ରୋଲିଂ କରୁଛି । ବର୍ତ୍ତମାନ ସୁଦ୍ଧା ଅମାନିଆ ପ୍ରବାସୀଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ସୁଧା ବସ୍ତି ଭିତରେ ଘୂରି ବୁଲୁଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଷଣ୍ଢକୁଦ ବାସୀଙ୍କୁ ଚରମ ଚେତାବନୀ । ବାହାରୁ ଆସିଥିବା ପ୍ରବାସୀମାନେ ତୁରନ୍ତ କ୍ୱାରେଣ୍ଟାଇନ୍କୁ ନଗଲେ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବା ସହ ଷଣ୍ଢକୁଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବ । ସୂଚନା ଯୋଗ୍ୟ କି ଗତ କାଲି ରାତି୍ରରେ ଆନ୍ଧ୍ରରୁ ପ୍ରାୟ ୮୦ ଜଣ ପ୍ରବାସୀ ଏହି ଅଞ୍ଚଳକୁ ଆସିଥିବାବେଳେ କ୍ୱାରେଣ୍ଟାଇନ୍କୁ ନ ଯାଇ ବସ୍ତି ଭିତରକୁ ପଶିଆସିଥିଲେ । ଏହା ଦେଖି ସ୍ଥାନୀୟ ଆଶା ଦିଦିନ ସେମାନଙ୍କୁ ଅଟକାଇବାରୁ ସେମାନେ ଆଶା ଦିଦିଙ୍କୁ ମାଡ଼ ମାରିବା ସହ ବସ୍ତି ଭିତରେ ଧସେଇ ପଶିଥିଲେ । ଏହି ଘଟଣାକୁ ନେଇ ଗତକାଲି ଠାରୁ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ସକାଳୁ ପ୍ରଶାନ ଆଜି ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ଲୋକଙ୍କୁ କ୍ୱାରେଣ୍ଟାଇନ୍କୁ ନେଇଥିବା ଓ ଅନ୍ୟମାନଙ୍କୁ ଖୋଜୁଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons