ଷଣ୍ଢ ଦେଖାଇ ଠକେଇ ମାମଲା:୪ ଗିରଫ, କୋର୍ଟ ଚାଲାଣ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ସଦର ମହକୁମା ମାହେଶ୍ୱରୀ କଲୋନିରେ ଷଣ୍ଢ ଦେଖାଇ ୪୮ ହଜାର ଟଙ୍କା ଲୁଟ୍ ମାମଲାରେ ୪ ଜଣିଆ ଭଣ୍ଡ ଦଳକୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି । ମାଲକାନଗିରି ଥାନାରେ ଆୟୋଜିତ ସାମ୍ବାଦିକ ସାମ୍ମିଳନୀରେ ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ଏହି ସୂଚନା ଦେବାସହ ୪ ଜଣ ଠକଙ୍କୁ ପ୍ରଦର୍ଶନ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସମ୍ପୃକ୍ତ ଷଣ୍ଢ(ନନ୍ଦି)କୁ ମହାରାଷ୍ଟ୍ର ଫେରାଇ ଦିଆଯାଇଛି । ଠକ ଦଳଙ୍କ ଘର ମହାରାଷ୍ଟ୍ର ରାଜ୍ୟ ବଡ ଜିଲ୍ଲା ଗୋଟ୍ରାଲ ଗ୍ରାମରେ ଓ ଏମାନେ ହେଲେ ରିଙ୍ଗ୍ ଲିଡର ସନୀଲ ତାରାଚାନ୍ଦ(୩୬), କୈଳାସ ବାଗୁଡୁ ଗୋଣ୍ଡେ(୪୦), ଲାଲା କରବାରୀ କାନଡେ(୪୮) ଓ ଅଜିତ ବାଗୁଡୁ ଗୋଣ୍ଡେ ।
ସୂଚନାଯୋଗ୍ୟ, ଚଳିତ ମାସ ୬ ରେ ଏହି ଠକେଇ ହୋଇଥିଲା । ଉକ୍ତ ଭଣ୍ଡ ଦଳ ମାହେଶ୍ୱରୀ କଲୋନିର ଭୂମିକା ନାମକ ଜଣେ ନୀରିହ ମହିଳାଙ୍କ ମନରେ ବିଶ୍ୱାସ ଜମେଇ ୪୮ ହଜାର ଟଙ୍କା ଲୁଟି ନେଇଥିଲେ । ଆଉ କିଛି ଲୋକଙ୍କଠାରୁ ମଧ୍ୟ ଟଙ୍କା ନେଇଯାଇଥିଲେ । ଏହାକୁ ନେଇ ମାଲାକାନଗିରି ଥାନାରେ ଏତଲା ହୋଇଥିଲା । ଏସ୍ପି ରିଶିକେଶ ଡି ଖିଲାରୀଙ୍କ ନିଦେ୍ର୍ଧଶରେ ଏହି ଠକ ଦଳକୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ପୁଲିସ ମହାରାଷ୍ଟ୍ର ପୁଲିସ ସହ ଯୋଗାଯୋଗ କରି ଠକ ଦଳକୁ ଧରିବାରେ ସକ୍ଷମ ହୋଇଥିଲା । ପୁଲିସ ମହାରାଷ୍ଟ୍ର ଯାଇ ଦଳକୁ ଆଣିଥିଲା । ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଏହାର ନେତୃତ୍ୱ ନେଇଥିଲେ । ମୋବାଇଲ ଟ୍ରାକିଂରୁ ଠକ ଦଳକୁ ଧରା ଯାଇଥିଲା । ସବ୍ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ୱରେ ପୁଲିସ ଟିମ୍ ମହାରାଷ୍ଟ୍ର ଯାଇ ଠକଦଳକୁ ଆଣିଥିଲେ । ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନା ଆଇଆଇସି ଶ୍ରୀ ନାଗ, ସବଇନ୍ସପେକ୍ଟର ଶ୍ରୀ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons