ଷ୍ଟିଲ୍‌ସିଟିରେ ସିଗାରେଟକୁ ନେଇ ଦୋକାନୀଙ୍କୁ ମାଡ: ସିସିଟିଭିରେ ଫୁଟେଜ କଏଦ, ୩ ଗିରଫ, ଜଣେ ଫେରାର

Get real time updates directly on you device, subscribe now.

ରାଉରକେଲା : ଷ୍ଟିଲ୍‌ସିଟିରେ ସାମାନ୍ୟ ସିଗାରେଟକୁ ନେଇ ଯୁବକଙ୍କ ତୃମୂଳକାଣ୍ଡ। ଏଭଳି ଅଭାବନୀୟ ଘଟଣା ରାଉରକେଲା ମଙ୍ଗଳ ଭବନ ନିକଟରେ ସିଗାରେଟ ଦୋକାନରେ ଘଟିଛି। ଗତକାଲି ବିଳମ୍ବିତ ରାତି ସିଗାରେଟ ଦୋକାନରେ ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଦୋକାନୀକୁ ତଳକୁ ଘୋଷାଡି ମାଡ ମାରିଛନ୍ତି ୪ଜଣ ଯୁବକ। ତେବେ ଏହି ଘଟଣାରେ ପୁଲିସ୍ ୩ଜଣ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ରାଉରକେଲା ମଙ୍ଗଳ ଭବନ ନିକଟରେ ଜଣେ ପାନ ଦୋକାନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଯୁବକଙ୍କ ପାନଦୋକାନରେ ପହଞ୍ଚି ନାଲା ରୋଡ଼ର ଚାରି ଜଣ ଯୁବକ ସିଗାରେଟ ମାଗିଥିଲେ। କିନ୍ତୁ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀକୁ ମାଡ ମାରିଲେ ଚାରି ଜଣ ଯୁବକ । ଦୋକାନୀଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଭିତ୍ତି କରି ପ୍ଲାଣ୍ଟସାଇଟ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ କରି ତିନିଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଯୁବକ ଫେରାର ଅଛନ୍ତି । ତେବେ ଅଭିଯୁକ୍ତ ଯୁବକମାନଙ୍କର ଏହା ପୂର୍ବରୁ ମଧ୍ୟ ଦୋକାନୀ ବିକାଶ ସହ ଏଭଳି କଥାରେ ପାଟିତୁଣ୍ଡ ହୋଇଥିଲା ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons