ଷ୍ଟେସନରୁ ମିଳିଲା ଗେଟ୍ କିପରଙ୍କ ମୃତ ଦେହ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ନୂଆବର୍ଷରେ ସବୁଠି ହସ, ଖୁସିର ମାହୋଲ ଚାଲିଥିବା ବେଳେ ବାରିପଦା ରେଳ ଷ୍ଟେସନ ପରିସରରେ ଶନିବାର ସକାଳେ ଜଣେ ଲୋକର ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣକ ବାରିପଦା ରେଳ ଷ୍ଟେସନରେ ଗେଟ୍ କିପର ଭାବେ କାର୍ଯ୍ୟ କରୁଥିବା ଭଗବାନ ମହାନ୍ତି ବୋଲି ଜଣାପଡିଛି । ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନେ୍ଦହ କରିଛନ୍ତି ।ପରିବାର ଲୋକଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ଅତୁଲ କୁମାର ନାମକ ଜଣେ ବ୍ୟକ୍ତି ମଦ ପିଇବାକୁ ଭଗବାନଙ୍କୁ ଘରୁ ଡାକି ଆଣିଥିଲେ । ଭଗବାନ ରାତିରେ ଆଉ ଘରକୁ ଫେରି ନ ଥିଲେ । ସକାଳୁ ଭଗବାନଙ୍କ ମୃତଦେହ ରେଲୱେ ଫାଟକ ନିକଟରେ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ମୃତକଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢ଼ୁଅାଁ ପଞ୍ଚାୟତ ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡିଛି । ଘଟଣା ସ୍ଥଳରେ ରେଲୱେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons