ରାୟଗଡ଼ା,(ବି.ବି.ନ୍ୟୁଜ): ଆନ୍ଧ୍ରକୁ ଚାଲାଣ ବେଳେ ୩ ଜଣ ନାବାଳିକାଙ୍କୁ ରେଳବାଇ ପୁଲିସ ରବିବାର ଉଦ୍ଧାର କରିଛି । ନାବାଳିକାମାନେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମଦନପୁର ଗ୍ରାମର ଜଣାପଡିଛି ।
ସୂଚନା ଅନୁସାରେ, ଘଟଣାଦିନ ମଧ୍ୟାହ୍ନରେ ୩ ଜଣ ଯାକ ନାବାଳିକା ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାକୁ ଟ୍ରେନରେ ଯିବାକୁ ଟିକେଟ କାଟି ରାୟଗଡ଼ା ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ଷ୍ଟେସନରେ ଉପସ୍ଥିତ ଥିବା ଜିଆରପି ପୁଲିସ ଏମାନଙ୍କୁ ଦେଖି ପ୍ରଥମେ ସନ୍ଦେହ କରିଥିଲା । ପରେ ପଚରାଉଚରା କରିଥିଲା । ନାବାଳିକାମାନେ ଦାଦାନ ଖଟିବାକୁ ବିଜୟନଗରମ ଯାଉଥିବା କହିଥିଲେ । ପୁଲିସ ଏହା ଜାଣିବା ପରେ ସମସ୍ତଙ୍କୁ ଅଟକ ରଖିଥିଲା । ପରେ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିଥିଲା । ଉଦ୍ଧାର ପରେ ନାବାଳିକାମାନଙ୍କୁ ସ୍ନେହା ଆଶ୍ରୟସ୍ଥଳକୁ ଅଣାଯାଇଥିଲା । ପିଲାମାନେ ଏହିଠାରେ ରହିଥିବା ବେଳେ କାଉନସେଲିଂ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଶିଶୁ ସୁରକ୍ଷା କମିଟି କହିଛି ।
Comments are closed, but trackbacks and pingbacks are open.