ଷ୍ଟେସନ ଭଙ୍ଗାରୁଜା କରି ନିଅାଁ ଲଗାଇଦେଲେ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ରେଳ ଷ୍ଟେସନରେ ଅସାମାଜିକମାନେ ଘଟାଇଛନ୍ତି ଲଙ୍କାକାଣ୍ଡ । ଗତକାଲି ରାତିରେ ରେଳ ଷ୍ଟେସନ ପରିସରରେ ମଦ୍ୟପାନ କରୁଥିବା କେତେକ ଅସାମାଜିକ ଯୁବକଙ୍କୁ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନ ବାରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମଦ୍ୟପାନ କରୁଥିବା ଯୁବକମାନେ ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଧାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏକ କାଠ ଫାଳିଆରେ ତାଙ୍କୁ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ । ଷ୍ଟେସନ ମ୍ୟାନେଜରଙ୍କୁ ରକ୍ଷା କରିବାକୁ ଯାଇ ରେଳ ପୁଲିସର ୪ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏହା ପରେ ଦୃର୍ବୃତ୍ତମାନେ ଷ୍ଟେସନ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଗୁରୁତ୍ୱପୂର୍ଣ୍ଣ ଫାଇଲପତ୍ରରେ ନିଅାଁ ଲଗେଇ ଦେଇଥିଲେ । ତେବେ ଉପସ୍ଥିତ କର୍ମଚାରୀମାନେ ତୁରନ୍ତ ନିଅାଁ ଲିଭା ଯନ୍ତ୍ର ସାହାଯ୍ୟରେ ନିଅାଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ କାର୍ଯ୍ୟାଳୟ ବର୍ତ୍ତି ଯାଇଥିଲା । ଷ୍ଟେସନ ମ୍ୟାନେଜରଙ୍କ ସମେତ ଆହତ ରେଳବାଇ ପୁଲିସ କର୍ମଚାରୀମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣାରେ ନୟାଗଡ଼ ଟାଉନ୍ ଥାନା ପୁଲିସ କେସ୍ ନଂ.୭୮/୨୧ରେ ଏକ ମାମଲା ରୁଜୁ କରି ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ରିଜର୍ଭ କନଷ୍ଟେବଳଙ୍କ ସମେତ ୧୦ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । ଘଟଣାକୁ ନେଇ ନୟାଗଡ଼ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ନିରଞ୍ଜନ ମିଶ୍ର, ଶେଖ୍ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, କରୁଣାକର ପ୍ରଧାନ ପ୍ରମୁଖ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons