ଷ୍ଟେ୍ରଚର୍ରେ ୬ କିମି ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ତୁମୁଡ଼ିବନ୍ଧ,(ବି.ବି.ନୁ୍ୟଜ୍): କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଭାରରେ, ଖଟିଆରେ ଓ ଷ୍ଟେ୍ରଚର୍ରେ ଗର୍ଭବତୀଙ୍କୁ ବୁହା ହେବା ନୀତିଦିନିଆ ଘଟଣା ହୋଇଗଲାଣି । ଆଜି ପୁଣି ଜଣେ ଗର୍ଭବତୀଙ୍କୁ ୬ କିମି ବାଟ ଷ୍ଟେ୍ରଚର୍ରେ ବୁହାହେବା ଭଳି ଏକ ଅଭାବନୀୟ ଘଟଣା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଏହି ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଖୋଲ ଗ୍ରାମର ବାଥାଲିମା ମାଝୀଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ଗ୍ରାମର ଆଶାକର୍ମୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ୱୁଲାନ୍ସଟି ରାୟଗଡ଼ା ଜିଲ୍ଲା ଆମ୍ୱାଦଲାରୁ ଆସିଥିଲା । ତେବେ ଗ୍ରାମକୁ ରାସ୍ତା ନଥିବାରୁ ୬ କିମି ଦୂରରେ ଆମ୍ୱୁଲାନ୍ସଟି ରହିଥିଲା । ସେଠାରୁ ଆମ୍ୱୁଲାନ୍ସ କର୍ମଚାରୀମାନେ ଗ୍ରାମକୁ ଯାଇ ଗର୍ଭବତୀଙ୍କୁ ଷ୍ଟେ୍ରଚର୍ରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ୱୁଲାନ୍ସରେ ତୁମୁଡିବନ୍ଧ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଗର୍ଭବତୀ ଜଣକ ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons