ସଂକ୍ରମଣ ଜାଲରେ କଟକ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କଟକରେ କରୋନା ତା’ର ସମ୍ପୂର୍ଣ୍ଣ କାୟା ମେଲାଇ ସାରିଲାଣି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ସଂଖ୍ୟାଧିକ ସ୍ଥାନୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍ଥିତି ଅତି ସାଂଘାତିକ ରୂପ ନେବାକୁ ଯାଉଛି । ଆଜି ଗୋଟିଏ ଦିନରେ କଟକ ଜିଲ୍ଳାରୁ ମୋଟ୍ ୧୭ ଜଣ ପଜିଟିଭ୍ ବାହାରିଥିବା ବେଳେ ସେଥିରୁ ୧୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ସବୁଠାରୁ ସମ୍ବେଦନଶୀଳ କଥା ହେଉଛି, ଏମାନେ ଯେଉଁ ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଠାରୁ ଗୋÂୀ ସଂକ୍ରମଣର ଆଶଙ୍କା ଢେର ଅଧିକ । ଏସବୁ ଅଞ୍ଚଳ ଭିତରେ ଥାନା, ଏସ୍ଡିପିଓ କାର୍ଯ୍ୟାଳୟ, ଏସ୍ସିବି ମେଡିକାଲ ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ଭଳି ବହୁଳ ବ୍ୟବହୃତ ଅନୁÂାନମାନ ରହିଛି ।
ବଡମ୍ବା ଥାନା ଅଧିକାରୀ କରୋନା ଆକ୍ରାନ୍ତ ହେବାର ଦୁଇଦିନ ପରେ ଆଜି ଆଠଗଡ଼ ଏସ୍ଡିପିଓଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏମିତିକି ତାଙ୍କ ଡ୍ରାଇଭର୍ ମଧ୍ୟ କରୋନା ଜାଲରେ ପଡ଼ିଛନ୍ତି । ଏହାସହ ବଡମ୍ବା ଥାନାର ଜଣେ ଏଏସ୍ଆଇଙ୍କ ସମେତ ୩ଜଣ ପୁଲିସ୍ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ଯଦିଓ ବଡମ୍ବା ଟାଉନ୍କୁ ଗୁରୁବାର ସକାଳ ୧୦ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି ତଥାପି ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାହା କହିବା ମୁସ୍କିଲ୍ । ଏନେଇ ଜିଲ୍ଲା ପ୍ରଶାସନ ମୁଣ୍ଡରେ ଚିନ୍ତା ପଶିଲାଣି । ଏତେ ସ୍ଥାନୀୟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ନେଇ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡିଛି । ଅନ୍ୟପକ୍ଷରେ ବଡମ୍ବା ଥାନା ଅଧିକାରୀଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଗତ କିଛି ଦିନ ଧରି ଥାନା ଅଧିକାରୀ ଓ ତାଙ୍କ ପତ୍ନୀ ସିଡିଏ ସେକ୍ଟର-୯ରେ ଏକ ଘରେ ରହୁଥିଲେ । ତେବେ ଥାନା ଅଧିକାରୀ ଆକ୍ରାନ୍ତ ହେବା ପରେ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୯ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଥାନା ଅଧିକାରୀଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ ଆଜି କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ କିଛି ଦିନ ତଳେ ସେ ସିଡିଏ ଅଞ୍ଚଳରେ ସ୍ୱାଭାବିକ ଭାବେ ଘୂରାଫେରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାରୁ ଅଞ୍ଚଳରେ ସେ ସୁପର୍ ସ୍ପେ୍ରଡର୍ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ତାଙ୍କ କଣ୍ଟାକ୍ଟ୍ ଟ୍ରେସିଂକୁ ନେଇ ସ୍ୱାଭାବିକ ଭାବେ ଅଞ୍ଚଳବାସୀ ଓ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି ।
ଏସ୍ସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ମଧ୍ୟ ଏବେ କରୋନା ହଟ୍ସ୍ପଟ୍ ପାଲଟି ଗଲାଣି । ଆଜି ଏସ୍ସିବିର ଜଣେ ସିକୁ୍ୟରିଟି ଗାଡର଼୍ ପଜିଟିଭ୍ ବାହାରିଛନ୍ତି । ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ରରୁ ଆଜି ଗୋଟିଏ ଦିନରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରେ ଜଗତସିଂହପୁରର ୨ଜଣ, କେନ୍ଦ୍ରାପଡ଼ାର ୨ଜଣ, ଅନୁଗୁଳ, କେନ୍ଦୁଝର ଓ ବରଗଡ଼ରୁ ଜଣେ ଲେଖାଏଁ କର୍କଟ ରୋଗୀ ରହିଛନ୍ତି । ସେହିପରି ଏଠାରେ ପରିଚାଳିତ ହେଉଥିବା ଆହାର କେନ୍ଦ୍ରର ଜଣେ ଷ୍ଟାଫ୍ କରୋନା ଜାଲରେ ଫସିଛନ୍ତି । ତାଙ୍କ ଘର ସଦର ଥାନା ଉରାଳି ପଞ୍ଚାୟତ ଅନ୍ତର୍ଗତ ଜରିପଡ଼ା ଅଞ୍ଚଳରେ । ଚୌଦ୍ୱାର ଚାରବାଟିଆ ସ୍ଥିତ ଗବେଷଣା କେନ୍ଦ୍ର (ଏଆର୍ସି) ପରିସରରେ ମଧ୍ୟ ସଂକ୍ରମଣ ଦେଖାଦେଇଛି । ଏଠାରେ କାର୍ଯ୍ୟରତ ଜଣେ ଆଇଟିବିପି ଯବାନ୍ ଉତ୍ତରପ୍ରଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିଲେ । ବଡ ଆଶ୍ଚର୍ଯ୍ୟଜନକ ବିଷୟ ଯେ, ଫେରନ୍ତା ଯବାନ୍ଙ୍କ ପତ୍ନୀ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାପରେ ଯବାନ୍ଙ୍କ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ସ୍ୱାବ୍ ସଂଗ୍ରହ କରାଯିବାକୁ ଯୋଜନା ହୋଇଛି । ଅନ୍ୟପକ୍ଷରେ ମୁଣ୍ଡଳୀ ଏନ୍ଡିଆର୍ଏଫ୍ର ଆଉ ଜଣେ ଯବାନ୍ କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେହିପରି ମାହାଙ୍ଗାରୁ ଆଜି ୭ଟି ପଜିଟିଭ୍ ବାହାରିଛି । ସେଥିରୁ ୬ଜଣ ପ୍ରବାସୀ ଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଆଠ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା କଟକ ମହାନଦୀବିହାର ଅଞ୍ଚଳର ଟିଟିଇଙ୍କର ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ଶାଳକ । ଟିଟିଇଙ୍କ ଅନ୍ତେ୍ୟଷ୍ଟିକ୍ରିୟାରେ ସେ ସାମିଲ୍ ହୋଇଥିଲେ । ତେବେ ଶୁଦ୍ଧିକ୍ରିୟା ପରେ ମୃତ ଟିଟିଇଙ୍କ ପତ୍ନୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ତିନି ଦିନ ପରେ ଆଜି ତାଙ୍କ ଶାଳକ ମଧ୍ୟ କରୋନା ଜାଲରେ ପଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons