ନୂଆଦିଲ୍ଲୀ: ବିଶ୍ୱକପ୍ ଶେଷ ହେବା ପରେ ଭାରତୀୟ ଦଳ ୪ ସପ୍ତାହର ବିଶ୍ରାମ ସମୟ ପାଇଛି । ଖୁବ୍ ଶୀଘ୍ର ୱେଷ୍ଟ ଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯିବ । ଅସନ୍ତା ମାସ ୩ ତାରିଖରୁ ଇଣ୍ଡିଜ୍ ଗସ୍ତ କାର୍ଯକ୍ରମ ଆରମ୍ଭ ହୋଇଯିବ । ଅର୍ଥାତ୍ ଚଳିତ ମାସ ଶେଷ ସପ୍ତାହ ବେଳକୁ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ୍ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଥିବ ।
ସେପ୍ଟେମ୍ବର ମାସରୁ ଭାରତୀୟ ଦଳର ଘରୋଇ କ୍ରିକେଟ୍ ସିଜିନ ଆରମ୍ଭ ହେବ । ଏଥର ଘରୋଇ ସିଜିନ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ସେପ୍ଟେମ୍ବରରୁ ଜାନୁଆରୀ ମଧ୍ୟରେ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡ୍ରେ ମୋଟ୍ ୫ଟି ଟେଷ୍ଟ, ୯ଟି ଦିନିକିଆ ଓ ୧୨ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି ।
ଏଥର ଦକ୍ଷିଣ ଆଫ୍ରିକା ସମେତ ବାଂଲାଦେଶ, ଜିମ୍ବାୱେ, ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ୨୦୧୯-୨୦ ଘରୋଇ ସିଜିନ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ରୁ ଆରମ୍ଭ ହେବ । ସେପ୍ଟେମ୍ବର ମାସ ୧୫(ଧର୍ମଶାଳା), ୧୮(ମୋହାଲି)ଓ ୨୨(ବେଙ୍ଗ।।ଲୁରୁ) ତାରିଖରେ ୩ଟି ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ଆରମ୍ଭ ହେବ ଗାନ୍ଧୀ-ମଣ୍ଡେଲା ଫ୍ରୀଡମ ଟ୍ରଫି ଟେଷ୍ଟ ସିରିଜ୍ । ଅକ୍ଟୋବର ମାସ ୨ରୁ ୬ ତାରିଖ ମଧ୍ୟରେ ବିଶାଖାପ;ନମ୍ ଠାରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହାପରେ ୧୦ରୁ ୧୪ ମଧ୍ୟରେ ରାଞ୍ଚି ଠାରେ ଦ୍ୱିତୀୟ ଓ ୧୯ରୁ ୨୩ ତାରିଖ ମଧ୍ୟରେ ପୁନେ ଠାରେ ତୃତୀୟ ଟେଷ୍ଟ ଖେଳାଯିବ ।
ଏହାପରେ ବାଂଲାଦେଶ ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୨ଟି ଟେଷ୍ଟ ଖେଳିବ । ନଭେମ୍ବର ମାସରୁ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ ଆରମ୍ଭ ହେବ । ୩ ତାରିଖରେ ଦିଲ୍ଲୀରେ ପ୍ରଥମ ଟି-ଟ୍ୱେଣ୍ଟି, ୭ ତାରିଖରେ ରାଜକୋଟ୍ରେ ଦ୍ୱିତୀୟ ଓ ୧୦ ତାରିଖରେ ନାଗପୁରରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ନଭେମ୍ବର ୧୪ରୁ ୧୮ ତାରିଖ ମଧ୍ୟରେ ଇନ୍ଦୋର ଠାରେ ପ୍ରଥମ ଟେଷ୍ଟ ଓ ୨୨ରୁ ୨୬ ତାରିଖ ମଧ୍ୟରେ କୋଲକାତାରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
ଡିସେମ୍ବର ମାସରେ ୱେଷ୍ଟ ଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ସମାନ ସଂଖ୍ୟକ ଦିନିକିଆ ଖେଳିବ । ଏହି ମାସ ୬,୮ ଓ ୧୧ ତାରିଖରେ ଯଥାକ୍ରମେ ମୁମ୍ବାଇ, ଥିରୁଅନନ୍ତପୁରମ୍ ଓ ହାଇଦ୍ରାବାଦରେ ୩ଟି ଯାକ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ଡିସେମ୍ବର ମାସ ୧୫, ୧୮ ଓ ୨୨ ତାରିଖରେ ଇଣ୍ଡିଜ୍ ଦଳ ଯଥାକ୍ରମେ ଚେନ୍ନାଇ, ବିଶାଖାପ;ନମ୍ ଓ କଟକରେ ୩ଟି ଦିନିକିଆ ଖେଳିବ ।
ଦୀର୍ଘ ବର୍ଷ ପରେ ଭାରତ ଗସ୍ତରେ ଆସୁଥିବା ଦୁର୍ବଳ ଜିମ୍ବାୱେ ଦଳ କେବଳ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ବର୍ଷ ଆରମ୍ଭରୁ ଏହି ସିରିଜ୍ ଅନୁଷ୍ଠିତ ହେବ । ଜାନୁଆରୀ ମାସ ୫, ୭ ଓ ୧୦ ତାରିଖରେ ଯଥାକ୍ରମେ ଗୌହାଟୀ, ଇନ୍ଦୋର ଓ ପୁନେରେ ୩ଟି ଯାକ ଟି-ଟ୍ୱେଣ୍ଟି ଖେଳାଯିବ ।
ଜିମ୍ବାୱେ ଫେରିବା ପରେ ପରେ ଅଷ୍ଟ୍ରେଲିଆ ଦଳ ଭାରତରେ ପହଞ୍ଚି ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତ ହୋଇଯିବ । ଏଥର ଅଷ୍ଟ୍ରେଲିଆ କେବଳ ୩ଟି ଦିନିକିଆ ଖେଳି ସ୍ୱଦେଶ ଫେରିଯିବ । ଜାନୁଆରୀ ମାସ ୧୪, ୧୭ ଓ ୧୯ ତାରିଖରେ ଯଥାକ୍ରମେ ମୁମ୍ବାଇ, ରାଜକୋଟ୍ ଓ ବେଙ୍ଗାଲୁରୁରେ ୩ଟି ଯାକ ଦିନିକିଆ ଖେଳାଯିବ ।
ବିଦେଶ ଗସ୍ତ ଆରମ୍ଭ: ଘରୋଇ ସିଜିନ ଶେଷ ହେବା ମାତ୍ରେ ଭାରତୀୟ ଦଳର ବିଦେଶ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶେଷ ହେବା ମାତ୍ରେ ଭାରତୀୟ ଦଳ ସିଧା ନ୍ୟୁଜିଲାଣ୍ଡ ଅଭିମୂଖେ ଯାତ୍ର କରିବ । ଏଥର ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୫ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ ଗସ୍ତ କାର୍ଯ୍ୟକ୍ରମ । ଟି-ଟ୍ୱେଣ୍ଟି ସିରିଜ୍ ସହ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିବ । ୨୪ ତାରିଖରେ ଅକ୍ଲାଣ୍ଡରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି । ଏହାପରେ ୨୬(ଅକ୍ଲାଣ୍ଡ), ୨୯(ହାମିଲଟନ), ୩୧(ୱିଲିଂଟନ) ଓ ଫେବୃଆରୀ ୨ (ମାଉଣ୍ଟ ମୌଙ୍ଗନଇ)ରେ ପରବର୍ତ୍ତୀ ୪ଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ ।
ଫେବୃଆରୀ ମାସ ୫,୮ ଓ ୧୧ ତାରିଖରେ ଯଥାକ୍ରମେ ହାମିଲଟନ, ଅକ୍ଲାଣ୍ଡ ଓ ମାଉଣ୍ଟ ମୌଙ୍ଗନୁଇ ଠାରେ ୩ଟି ଦିନିକିଆ ଖେଳାଯିବ । ଫେବୃଆରୀ ୨୧ରୁ ୨୫ରେ ୱିଲିଂଟନ ଠାରେ ପ୍ରଥମ ଟେଷ୍ଟ ଓ ଫେବୃଆରୀ ୨୯ରୁ ମାର୍ଚ୍ଚ ୪ ତାରିଖ ମଧ୍ୟରେ ଖ୍ରୀଷ୍ଟ ଚର୍ଚ୍ଚ ଠାରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
ନ୍ୟୁଜିଲାଣ୍ଡରୁ ଫେରିବା ପରେ ଭାରତ ଘରୋଇ ଗ୍ରାଉଣ୍ଡ୍ରେ ଆଉ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ମାର୍ଚ୍ଚ ମାସ ୧୨, ୧୫ ଓ ୧୮ ତାରିଖରେ ଯଥାକ୍ରମେ ଧର୍ମଶାଳା, ଲକ୍ଷେ୍ନø ଓ କୋଲକାତାରେ ୩ଟି ଦିନିକିଆ ଖେଳିବ ।
Comments are closed, but trackbacks and pingbacks are open.