ସଂଘର୍ଷରେ ଚାଇନାର କମାଣ୍ଡିଂ ଅଫିସର ସହ ୩୫ ଯବାନ ମୃତାହତ: ଆମେରିକା

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱନ ଭ୍ୟାଲିରେ ଭାରତ ସହ ସୃଷ୍ଟି ହୋଇଥିବା ସଂଘର୍ଷରେ ୩୫ ଜଣ ଚାଇନିଜ ମୃତାହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କମାଣ୍ଡିଂ ଅଫିସର ରହିଥିବା ଆମେରିକା ଗୁଇନ୍ଦା ବିଭାଗ ପକ୍ଷରୁ ଦାବି କରାଯାଇଛି । ଏହି ୩୫ ଜଣଙ୍କ ମଧ୍ୟରୁ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ୨୦ ଜଣ ଯବାନ ପ୍ରାଣ ହରାଇଥିବା ଆମେରିକା ଗୁଇନ୍ଦା ବିଭାଗ କହିଛି । ତେବେ ଚାଇନା ପକ୍ଷରୁ ସଂଘର୍ଷରେ ପିଏଲ୍ଏର କେତେ ଜଣ ସଦସ୍ୟ ମୃତାହତ ହୋଇଛନ୍ତି । ଏଯାଏ ସେ ସମ୍ପର୍କରେ କିଛି ବି କୁହାଯାଇନାହିଁ । ସୂତ୍ର ଅନୁସାରେ, ଭାରତ ସହ ସଂଘର୍ଷରେ ପିଏଲ୍ଏର ପ୍ରାୟ ୪୩ ଜଣ ଯବାନ ମୃତାହତ ହୋଇଥିବା ଖବର ଗତକାଲି ପ୍ରକାଶ ପାଇଥିଲା । ଏମାନଙ୍କୁ ଗଲୱନ ଭ୍ୟାଲିରୁ ନେବା ପାଇଁ ଗତକାଲି ଚାଇନାର ହେଲିକପ୍ଟର ଚକ୍କର ମଧ୍ୟ ମାରୁଥିଲା । ହେଲେ ଚାଇନା କେବଳ ଭାରତକୁ ଦୋଷ ଦେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା କଥା କହିଛି । ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ୍ ବିପିନ ରାୱତ ଓ ୩ ସେନା ବାହିନୀର ମୁଖ୍ୟଙ୍କ ସହ ଜରୁରୀ ବୈଠକ କରିଛନ୍ତି । ଗତକାଲି ରାତିରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା ପରିଷଦର ବୈଠକ ବସିଥିଲା । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତରାମ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons