ସଂସଦ ପରିସର ସଫା କଲେ ବିଜେପି ସାଂସଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପାଳିରେ ଭାରତକୁ ଆବର୍ଜନାମୁକ୍ତ କରିବା ସହ ସ୍ୱଚ୍ଛ କରିବା ଲାଗି ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ । କାଳକ୍ରମେ ତାହା ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା । ସେହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଆଜି ଲୋକସଭା ବାଚସ୍ପତି ଓମ୍ ବିରଲାଙ୍କ ନେତୃତ୍ୱରେ ସଂସଦ ପରିସରରେ ୨ ଦିନିଆସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ବିଜେପିର ବରିଷ୍ଠ ସାଂସଦଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ସଂସଦ ପରିସରକୁ ଝାଡ଼ୁ ମାରୁଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ମଥୁରାରୁ ନିର୍ବାଚିତ ହୋଇଆସିଥିବା ବିଜେପି ସାଂସଦ ହେମାମାଳିନୀ କହିଥିଲେ ଯେ, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ଅବସରରେ ଏଭଳି ପଦକ୍ଷେପ ଗ୍ରହଣ କରିବା ସ୍ୱାଗତଯୋଗ୍ୟ । ସେ ମଥୁରାରେ ମଧ୍ୟ ଏଭଳି ଅଭିଯାନ ଆରମ୍ଭ କରିବେ । ବିଜେପି ସାଂସଦମାନଙ୍କର ଏଭଳି ପ୍ରଚେଷ୍ଟାକୁ ଅନେକ ବିରୋଧୀ ଦଳର ନେତା ଟୁଇଟ୍ ଯୋଗେ କଟାକ୍ଷ କରିଛନ୍ତି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସି ନେତା ଓମାର ଅବଦୁଲା କହିଛନ୍ତି ସଂସଦ ପରିସର ସବୁଠାରୁ ପରିଷ୍କାର । ବିଶେଷକରି ଅଧିବେଶନ ଚାଲୁଥିଲା ବେଳେ ଏହା ଅଧିକ ପରିଷ୍କାର ରହିଥାଏ । ତେଣୁ ଏଠାରେ ଝାଡୁ ମାରିବାର ମାନେ କିଛି ନାହିଁ । ଏହା କେବଳ ପ୍ରଚାର ସର୍ବସ୍ୱ । ସେହିଭଳି ହେମା ମାଳିନୀଙ୍କୁ କଟାକ୍ଷ୍ୟ କରି ଓମାର କହିଛନ୍ତି ଯେ ‘ମାଡାମ୍ ଆପଣ ସର୍ବସାଧାରଣରେ ଏଭଳି ଝାଡୁମାରିବା ପୂର୍ବରୁ ଦୟାକରି ନିଜ ଘରେ ଭଲ ଭାବେ ପ୍ରାକ୍ଟିସ କରିଆସନ୍ତୁ’ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons